ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ ଶଙ୍କର; ଜାଣନ୍ତୁ, କିଏ କନ୍ୟା ?
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ ଶଙ୍କର । ବ୍ୟକ୍ତିଗତ ଜୀବନର 2ୟ ପାଳି ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଏହି ଚର୍ଚ୍ଚିଚ ଅଲରାଉଣ୍ଡର ।
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ ଶଙ୍କର । ବ୍ୟକ୍ତିଗତ ଜୀବନର 2ୟ ପାଳି ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଏହି ଚର୍ଚ୍ଚିଚ ଅଲରାଉଣ୍ଡର । ସେ ବୁଧବାର ତାଙ୍କ ପିଆନ୍ସି ବୈଶାଳି ବିଶ୍ୱେଶ୍ୱରନଙ୍କୁ ବିବାହ କରିଛନ୍ତି।

କରୋନା ଭାଇରସର ମହାମାରୀ ମଧ୍ୟରେ ବିଜୟ କିଛି ଦିନ ତଳେ ନିର୍ବନ୍ଧ କରିଥିଲେ ଓ ବୁଧବାର ବିବାହ କରିଛନ୍ତି । ବିଜୟଙ୍କ ବିବାହର ଫଟୋ ସନରାଇଜର୍ସ ହାଇଦ୍ରାବାଦ ସେୟାର କରିବା ସହ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛି । ସନରାଇଜର୍ସ ନିଜର ଟ୍ୱିଟର ଆକାଉଣ୍ଟରେ ଉଭୟଙ୍କ ବିବାହ ଫଟୋ ପୋଷ୍ଟ କରିବା ସହ ଶୁଭକାମନା ଜଣାଇଛି ।
Sending our best wishes to @vijayshankar260 on this very special day!
May you have a happy and blessed married life 🧡😁#SRHFamily #OrangeArmy #SRH pic.twitter.com/elDUYKVww2
— SunRisers Hyderabad (@SunRisers) January 27, 2021
ବିଜୟ ଶଙ୍କର ଗତ ବର୍ଷ ଅଗଷ୍ଟରେ ନିଜ ଇନଷ୍ଟାଗ୍ରାମ ପେଜରେ ନିର୍ବନ୍ଧ ବାବଦରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏହାସହ ସେ ବୈଶାଳୀଙ୍କ ସହ ମୁଦି ପିନ୍ଧାଉଥିବା ଫଟୋ ପୋଷ୍ଟ କରିଥିଲେ ।












Click it and Unblock the Notifications