ବିଜୟ ହଜାରେ ଟ୍ରଫି ପାଇଁ ଶାନ୍ତନୁଙ୍କ କାନ୍ଧରେ ଓସିଏ ଭାର
ସାନ୍ତାନୁ ମିଶ୍ରଙ୍କ ନେତୃତ୍ୱରେ 22 ଜଣିଆ ଦଳ ଫେବୃଆରୀ 20 ରୁ ବେଙ୍ଗାଲୁରୁରେ ବିଜୟ ହଜାରେ ଟ୍ରଫି ଖେଳିବ ।
ଭୁବନେଶ୍ୱର: 20 ଫେବୃଆରୀରୁ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଶାନ୍ତନୁ ମିଶ୍ର ଓଡିଶା ଦଳର କ୍ୟାପଟେନ ଭାବରେ ନାମିତ ହୋଇଛନ୍ତି। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱରେ 22 ଜଣିଆ ଦଳ ଫେବୃଆରୀ 20 ରୁ ବେଙ୍ଗାଲୁରୁରେ ବିଜୟ ହଜାରେ ଟ୍ରଫି ଖେଳିବ ।
ଦଳରେ 8 ଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ମୁଖ୍ୟ ଚୟନକର୍ତ୍ତା ପ୍ରଭଜନ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶା ଦଳ:
- ଶାନ୍ତନୁ ମିଶ୍ର (କ୍ୟାପଟେନ), ସନ୍ଦୀପ ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, ସୁଭ୍ରାଂଶୁ ସେନାପତି , ଅଭିଷେକ ଯାଦବ, ଗୌରବ ଚୌଧରୀ, ରାମଚନ୍ଦ୍ର ବେହେରା, ଅମୃତ ଖଟୁଆ, ରାକେଶ ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳ, ରାଜେଶ ଧୁପର (ୱିକେଟକିପର), ପ୍ରବୀଣ ଲୋହା (ୱିକେଟକିପର) ଅଙ୍କିତ ଯାଦବ, ସୁର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ୍ତ ପ୍ରଧାନ, ରାଜେଶ ମହାନ୍ତି, ତରିଣୀ ଶ, ବି ଶିବ, ହର୍ଷିତ ରାଥୋର, ସୌରଭ କନ୍ନୋଜିଆ, ବିକାଶ ରାଉତ, ପ୍ରୟାସ ସିଂ ଠାକୁର।
- କୋଚ୍ - ରଶ୍ମୀ ରଞ୍ଜନ ପରିଡା
- ବୋଲିଂ କୋଚ୍ - ଦୀପକ ମଙ୍ଗରାଜ
- ଫିଲ୍ଡିଂ କୋଚ୍ - ଗୌତମ ଗୋପାଳ
- ଫିଜିଓ - ଅଶ୍ୱୀନ କୁମାର ରବି












Click it and Unblock the Notifications