ବର୍ଷିଲା ଛକା ପରେ ଛକା, ଏମିତି କରି ବିଶ୍ୱ ରେକର୍ଡ ରଚିଲେ ଋତୁରାଜ ଗାଇକ୍ୱାଡ
6 ବଲ 7 ଛକା । ଛକା ପରେ ଛକା । ଗୋଟିଏ ଓଭରରେ ବଲ ଅପେକ୍ଷା ଅଧିକ ଛକା ବର୍ଷା ହୋଇଛି । ଆଉ ଏମିତି ଘଟଣା ଘଟିଛି ଚଳିତ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ । ଏହି କାରନାମ କରିଛନ୍ତି ମହାରାଷ୍ଟ୍ର ଦଳର ଅଧିନାୟକ ଋତୁରାଜ୍ ଗାଇକ୍ୱାଡ ।
ନୂଆଦିଲ୍ଲୀ: 6 ବଲ 7 ଛକା । ଛକା ପରେ ଛକା । ଗୋଟିଏ ଓଭରରେ ବଲ ଅପେକ୍ଷା ଅଧିକ ଛକା ବର୍ଷା ହୋଇଛି । ଆଉ ଏମିତି ଘଟଣା ଘଟିଛି ଚଳିତ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ । ଏହି କାରନାମ କରିଛନ୍ତି ମହାରାଷ୍ଟ୍ର ଦଳର ଅଧିନାୟକ ଋତୁରାଜ୍ ଗାଇକ୍ୱାଡ । ଆଇପିଏଲରେ ଚେନ୍ନାଇ ପାଇଁ ଓପନ କରୁଥିବା ଏହି ଯୁବ କ୍ରିକେଟର ଆଜି ୟୁପି ବିପକ୍ଷ ମ୍ୟାଚରେ 6 ବଲରେ ହିଟ୍ କରିଛନ୍ତି 7 ଛକା ।

ଏଥି ସହିତ ଋତୁରାଜ୍ ଗାଇକୱାଡ 159 ବଲରୁ ଅପରାଜିତ 220 ରନର ବିଶାଳ ପାଳି ଖେଳିଛନ୍ତି । ଯେଉଁଥିରେ ସାମିଲ ଅଛି 10ଟି ଚୌକା ଏବଂ 16 ଛକା । ସେ ଗୋଟିଏ ଓଭରରେ 7 ଛକା ମାରି 43 ରନ୍ ସଂଗ୍ରହ କରିଛନ୍ତି । ଏପରି କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର ବନିଛନ୍ତି । କାରଣ ପୂର୍ବରୁ ସମସ୍ତ ରେକ୍ରଡରେ 6 ବଲରେ 6 ଛକା ଲାଗିଥିଲା । ମାତ୍ର ଏକ ନୋ ବଲ ସହ ସେ ଋତୁରାଜ 6 ବଲରୁ 7 ଛକା ମାରିଛନ୍ତି ।
ତେବେ ୟୁପିର ବାମହାତୀ ସ୍ପିନର ଶିବ ସିଂ 49 ତମ ଓଭରରେ ଏହି ଘଟଣା ଘଟିଥିଲା । ପ୍ରଥମ 4ଟି ବଲରେ ଋତୁରାଜ୍ 4ଟି ଛକା ହିଟ୍ କରିସାରିଥିବା ବେଳେ 5ମ ବଲଟି ନୋ ବଲ ହୋଇଥିଲା । ଆଉ ସେଇଠିକୁ ମଧ୍ୟ ବାଉଣ୍ଡ୍ରୀ ବାହାରକୁ ପଠାଇଥିଲେ ଋତୁରାଜ୍ । ପରେ ଶେଷ ବଲରେ ମଧ୍ୟ ଛକା ଯୋଡି ଗୋଟିଏ ଓଭରରେ
ମୋଟ 43 ରନ୍ ସଂଗ୍ରହ କରିଥିଲେ । ତେବେ ଲିଷ୍ଟ-ଏ କ୍ରିକେଟରେ ଗୋଟିଏ ଓଭରରେ 7 ଛକା ମାରି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଋତୁରାଜ୍ ।
ଏହା ପୂର୍ବରୁ ମ୍ୟାଚରେ ୟୁପି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ରର ଭଲ ଆରମ୍ଭ ନଥିଲା। ଦଳ 41 ରନ୍ ପାଇଁ 2 ୱିକେଟ୍ ହରାଇଥିଲା। 9 ସ୍କୋର କରିବା ପରେ ରାହୁଲ ତ୍ରିପାଠୀ ଆଉଟ୍ ହୋଇଥିଲେ ଏବଂ ସତ୍ୟଜିତ୍ 11 ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଅଧିନାୟକ ତଥା ଓପନର୍ ଋତୁରାଜ ଗାଇକୱାଡ ଗୋଟିଏ ପଟେ ଠିଆ ହୋଇଥିଲେ। ସେ ତୃତୀୟ ୱିକେଟ୍ ପାଇଁ ଅଙ୍କିତ ବାୱନଙ୍କ ସହ ଅର୍ଦ୍ଧଶତକୀୟ ଭାଗିଦାରୀ ବାଣ୍ଟିଥିଲେ। 54 ବଲରୁ 37 ରନ୍ ସ୍କୋର କରିବା ପରେ ଅଙ୍କିତଙ୍କୁ ବରଖାସ୍ତ କରାଯାଇଥିଲା।












Click it and Unblock the Notifications