Get Updates
Get notified of breaking news, exclusive insights, and must-see stories!

ବିଜୟ ହଜାରେ ଟ୍ରଫି , ୨୩୩ ରନ୍‌ରେ ହାରିଲା ଓଡ଼ିଶା

ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ସହ କ୍ୱାର୍ଟର ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି । ପ୍ରଥମ ୪ଟି ମ୍ୟାଚ୍ ଶେଷ ସୁଦ୍ଧା ଗ୍ରୁପ୍ ଡି' ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଓଡ଼ିଶା ଏକସଙ୍ଗେ ଦୁଇଟି ମ୍ୟାଚ୍ ହାରି ପଞ୍ଚମ ସ୍ଥାନକୁ ଖସି ନକ୍ ଆଉଟ୍ ସୁଯୋଗ ହାତଛଡ଼ା କରିଛି । ମଙ୍ଗଳବାର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ଉତ୍କର୍ଷ କେନ୍ଦ୍ର ଗ୍ରାଉଣ୍ଡରେ ଅନୁଷ୍ଠିତ ଷଷ୍ଠ ରାଉଣ୍ଡ ଲିଗ୍ ମୁକାବିଲାରେ ଓଡ଼ିଶା ୨୩୩ ରନରେ ଗୁଜରାଟ ଠାରୁ ପରାଜିତ ହୋଇଥିଲା ।

​​​​​​​ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬/୩୩୩ ରନ ସଂଗ୍ରହ କରିଥିଲା । ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮.୧ ଓଭରରେ ୧୦୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଓଡ଼ିଶା ପାଇଁ ମହଙ୍ଗା ପଡ଼ିଥିଲା । ଗୁଜରାଟର ଦୁଇ ଓପନର ଆର୍ୟ ଦେଶାଇ ଓ ଉର୍ଭିଲ ପଟେଲ ୧୧୮ରନର ଭାଗିଦାରୀ ଗଠନ କରିଥିଲେ । ୧୫ତମ ଓଭରରେ ସୌମ୍ୟ ଲେଙ୍କା ଯୋଡ଼ି ଭାଙ୍ଗିଥିଲେ । ଉର୍ଭିଲ ୬୪(୮ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଆର୍ୟ ୫୪(୭ଚୌକା, ୧ଛକା) ରନ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଶିକାର ସାଜିଥିଲେ । ମଧ୍ୟ ଭାଗରେ ଅକ୍ଷର ପଟେଲ ଓ ସୌରଭ ଚୌହାନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୩୩ରେ ପହଞ୍ଚାଇଥିଲେ । ଅକ୍ଷର ୮ଚୌକା ଓ ୨ଛକା ବଳରେ ୭୩ ରନ କରିଥିଲେ । ସୌରଭ ୨୬ଟି ବଲ୍ରୁ ୪୪ ରନ କରି ଅପରାଜିତ ରହିଥିଲେ । ଓଡ଼ିଶା ପକ୍ଷରୁ ବିପ୍ଳବ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।

Vijay Hazare Trophy
ଜବାବରେ ଓଡ଼ିଶା ଚତୁର୍ଥ ଓଭରରେ ଓମ୍ ମୁଣ୍ଡେ(୪) ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଗୁଜରାଟ ଅଧିନାୟକ ଚିନ୍ତାନ ଗଜାଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ଓଡ଼ିଶା ମାତ୍ର ୧୦୦ ରନ ମଧ୍ୟରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ବିପ୍ଳବ ସର୍ବାଧିକ ୨୨ ରନ କରିଥିବା ବେଳେ କାର୍ତ୍ତିକ ବିଶ୍ୱାଳ ୧୬, ସ୍ୱସ୍ତିକ ସାମଲ ୧୪ ଓ ରାଜେଶ ମହାନ୍ତି ୧୨ ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଗୁଜରାଟ ପକ୍ଷରୁ ଗଜା ୬ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଅର୍ଜନ ନଗସୱାଲା ଓ ଜପଜ୍ଞ ଭଟ୍ଟ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଓଡ଼ିଶା ଅନ୍ତିମ ଲିଗ୍ ମ୍ୟାଚ ରେଳବାଇକୁ ଭେଟିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+