ବାରବାଟୀ ଦିନିକିଆରେ ଡେବ୍ୟୁ କଲେ ବରୁଣ ଚକ୍ରବର୍ତ୍ତୀ

ବାରବାଟୀ ଦିନିକିଆରେ ଡେବ୍ୟୁ କଲେ ବରୁଣ ଚକ୍ରବର୍ତ୍ତୀ । ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଦିନିକିଆରେ ସାମିଲ । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣଙ୍କୁ ସୁଯୋଗ । ବରୁଣ ଉଭୟ ଟି-ଟ୍ବେଣ୍ଟି ଏବଂ ଆଇପିଏଲରେ ଧୂଆଁଧାର ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଆଉ ସେହି ପ୍ରଦର୍ଶନ ଆଜି ତାଙ୍କୁ ନୂଆ ସୁଯୋଗ ଦେଇଛି ।

Varun Chakravarthy

ତେବେ ବାରବାଟୀରେ ଚାଲିଛି ଇଣ୍ଡିଆ-ଇଂଲଣ୍ଡ ୨ୟ ଦିନିକିଆ । ବାରବାଟୀରେ ବଡ ଲଢେଇ ଜାରି ରହିଛି । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେବା ପରେ ଫିଲ୍ଡିଂ କରୁଛି ଟିମ୍ ଇଣ୍ଡିଆ।

ଠିକ୍ ଦିନ ଗୋଟାଏରେ ଟସ୍ ପଡିଥିବା ବେଳେ ସାଢେ ଗୋଟାଏରେ ଖେଳ ଆରମ୍ଭ ହୋଇଛି । ସେପଟେ ଦୀର୍ଘ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । ପଡିଆରେ ଛକା, ଚୌକା ବର୍ଷା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ରୋହିତ ଏବଂ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ସହ ବୋଲିଂରେ ଭାରତୀୟ ବୋଲରଙ୍କ ଜଲୱା ଦେଖିବାକୁ ସମସ୍ତେ ପଡିଆକୁ ଅନେଇ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+