ଏଥର IPL'ରେ ଜଲୱା ଦେଖାଇବେ ୧୩ ବର୍ଷିୟ ଖେଳାଳୀ
IPL 2025: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025ର ପ୍ରଥମ ମ୍ୟାଚ୍ 22 ମାର୍ଚ୍ଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଗତ ସିଜିନରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ଟାଇଟଲ ଜିତିଥିଲା। ସେହିପରି ରାଜସ୍ଥାନ ପ୍ରଥମ ମ୍ୟାଚ୍ 23 ମାର୍ଚ୍ଚରେ ହେବ। ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ମେଗା ନିଲାମରେ ରାଜସ୍ଥାନ ଜଣେ 13 ବର୍ଷୀୟ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ କିଣିଥିଲା। ବୈଭବ କମ୍ ବୟସରେ ବହୁତ ଭଲ ଖେଳୁଛନ୍ତି ।

ବୈଭବ ଅନେକ ଥର ଭାରତୀୟ ଅଣ୍ତର 19 ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଏକ ଘାତକ ପ୍ରଦର୍ଶନ କରିଥିଲେ। ବୈଭବ ମାତ୍ର 58 ବଲ୍ରେ ଶତକ ହାସଲ କରିଥିଲେ। ବୈଭବ 2024 ମସିହାରେ ଅନୁଷ୍ଠିତ 19 ବର୍ଷରୁ କମ୍ ଏସିଆ କପରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍ରେ ବୈଭବ 36 ବଲରେ 67 ରନ୍ କରିଥିଲେ। ତାଙ୍କ ଇନିଂସରେ 6ଟି ଚୌକା ଏବଂ 5ଟି ଛକା ମାରିଥିଲେ ।
ଆଇପିଏଲ ମେଗା ନିଲାମରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ କିଣିଥିଲା। ବୈଭବଙ୍କ ମୂଳ ମୂଲ୍ୟ 30 ଲକ୍ଷ ଟଙ୍କା ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିବା ବ୍ୟତୀତ ସେ ଅନ୍ୟ ଏକ ମ୍ୟାଚ୍ରେ ତ୍ରିଶତକ ମଧ୍ୟ ମାରିଛନ୍ତି। ବୈଭବ ବିହାରରେ ଅନୁଷ୍ଠିତ ଏକ ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ୩୩୨ ରନ କରିଥିଲେ।












Click it and Unblock the Notifications