‘ଯେ ପର୍ଯ୍ୟନ୍ତ ଆରସିବି ଆଇପିଏଲ ଟ୍ରଫି ଜିତି ନାହିଁ, ସେ ପର୍ଯ୍ୟନ୍ତ ମୁଁ ସ୍କୁଲ ଯିବି ନାହିଁ’
IPL 2023, RCB: ଆଇପିଏଲରେ ଆରସିବି(RCB) ଦଳର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଇତି ମଧ୍ୟରେ ଜଣେ କୁନି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଶଂସକଙ୍କ ଏକ ଆକର୍ଷଣୀୟ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଏଥିରେ ଜଣେ ଶିଶୁ ଷ୍ଟାଣ୍ଡରୁ ଖେଳ ଦେଖିବା ସମୟରେ ପ୍ଲାକାର୍ଡ ଧରି ଥିବାର ଦେଖିବାକୁ ମିଳୁଛି ।
ଏହି ପ୍ଲାକାର୍ଡ ଦେଖିବା ପରେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯଦିଓ ପିଲାଟି ନିଶ୍ଚିତ ଭାବରେ ଏହି ଲେଖା ତାଙ୍କ ପିତାମାତାଙ୍କୁ ସାହାଯ୍ୟ ନେଇଥିବା । ମାତ୍ର ଏହି ଫଟୋ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ତେବେ ପିଲାଟି ପ୍ଲାକାର୍ଡରେ କିଛି ଏପରି ଲେଖିଛି ଯାହା କିଛି ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇଗଲା ।

ଛୋଟ ଆରସିବି ପ୍ରଶଂସକ ତାଙ୍କ ପ୍ଲାକାର୍ଡରେ ଲେଖିଛନ୍ତି, ଯେପର୍ଯ୍ୟନ୍ତ ଆରସିବି ଆଇପିଏଲ ଜିତି ନାହିଁ, ସେ ପର୍ଯ୍ୟନ୍ତ ମୁଁ ସ୍କୁଲକୁ ଯିବି ନାହିଁ । ଏହା ପରେ ଫଟୋଟି ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି | ଏହି କୋମଳ ମତି ଝିଅର ଫଟୋ ଦେଖି ଲୋକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।
ଉଲ୍ଲେଖଥାଉ କି, ୨୦୦୮ରୁ ଏଯାଁଏ ଆଇପିଏଲ୍ କୌଣସି ସଂସ୍କରଣରେ ବି ଆରସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ବିରାଟଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଆଜି ଯାଏଁ ଟ୍ରଫି ଜିତି ପାରିନି । ଯାହାକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍ ହେଉ ନା କାହିଁକି ଏବେବି ଆରସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମକୁ ସପୋର୍ଟ କରୁଛନ୍ତି ।
କେବଳ ଏହି ଛୋଟ ଝିଅ କାହିଁକି ଆହୁରି ଅନେକ ଫ୍ୟାନ୍ସ ପ୍ଲାକାର୍ଡରେ ଭିନ୍ନ ଭିନ୍ନ କଥା ଲେଖିଥିବାର ଦେଖିବାକୁ ମିଳିଛି । ଯେପରିକି ଜଣେ ଫ୍ୟାନ୍ସ ପ୍ଲାକାର୍ଡରେ ଲେଖିଥିଲେ ଯେ, 'ଯେତେ ଯାଏଁ ଟିମ୍ ଟ୍ରଫି ଜିତିନାହିଁ, ସେତେ ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ' । ଦଳ ଟ୍ରଫି ନଜିତିଲେ ମଧ୍ୟ ଫ୍ୟାନ୍ସଙ୍କ ବିଶ୍ୱାସ ରହିଛି ଯେ, ଚଳିତ ସିଜିନରେ ଆରସବି ନିଶ୍ଚୟ ବିଜୟ ହାସଲ କରିବ ।












Click it and Unblock the Notifications