Get Updates
Get notified of breaking news, exclusive insights, and must-see stories!

U19 Asia Cup 2023: ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ, ଆଗାମୀ ମ୍ୟାଚ ପାକିସ୍ତାନ ସହ ଖେଳିବ

ଦୁବାଇରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଆଜିଠୁ ନିଜ ଅଭିଯାନ ଆରମ୍ଭ କରିଛି । ସାଂଘାତିକ ବୋଲିଂ ଏବଂ ବିସ୍ଫୋରକ ବ୍ୟାଟିଂ ଆଧାରରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଜିତିଛି । ଯୁବ ଦଳ ଶୁକ୍ରବାର ଦିନ ସାତୋଟି ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୫୦ ଓଭରରେ ୧୭୩ ରନ୍ କରି ଆଫଗାନିସ୍ତାନକୁ ଅଲ ଆଉଟ୍ ହୋଇଥିଲା । ଆଫଗାନିସ୍ତାନ ପାଇଁ ଜାମସିଦ ଜାଦ୍ରାନ୍ ୭୫ ବଲରେ ଚାରି ଚୌକା ସହାୟତାରେ ୪୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହା ପରେ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରି ନଥିଲେ । ଜାଦ୍ରାନ୍ ପରେ ମହମ୍ମଦ ୟୁନିସ୍ ଜାଦ୍ରାନ୍ ୨୬ ରନ୍, ନୁମାନ ଶାହା ୨୫ ରନ୍ ଏବଂ ଆକ୍ରାମ ମହମ୍ମଦଜାଇ ୨୦ ରନ୍ ସ୍କୋର କରିଥିଲେ ।

ଟାର୍ଗେଟକୁ ପଛରେ ପକାଇ ଟିମ୍ ଇଣ୍ଡିଆ ୩୭.୩ ଓଭରରେ ତିନୋଟି ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଅର୍ଶିନ କୁଲକର୍ଣ୍ଣି ଚାରଟି ଚୌକା ସହାୟତାରେ ୧୦୫ ବଲରେ ୭୦ ରନର ଚମତ୍କାର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ମୁଶେର ଖାନ ମଧ୍ୟ ୫୩ ବଲରେ ତିନୋଟି ଚୌକା ସହାୟତାରେ ୪୮ ରନର ଗୁରୁତ୍ୱପୂର୍ଣ୍ଣ ସ୍କୋର କରିଥଲେ । ଭାରତୀୟ ଦଳ ରବିବାର ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନ ସହ ମୁହାଁମୁହିଁ ହେବ ।

 India beat Afghanistan

ଭାରତ ଏକାଦଶ: ଉଦୟ ସହାରନ (ଅଧିନାୟକ), ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି, ରୁଦ୍ର ପଟେଲ, ସଚିନ ଧାସ, ଆରାଭେଲି ଅବନେଶ (ୱିକେଟ କିପର), ସୌମ୍ୟ ପାଣ୍ଡେ, ମୁରୁଗାନ୍ ଅଭିଷେକ, ରାଜ ଲିମ୍ବାନୀ, ନମନ ତିୱାରୀ, ମୁଶିର ଖାନ

ଆଫଗାନିସ୍ତାନ ଏକାଦଶ: ଜାମସେଦ ଜାଦ୍ରାନ୍, ୱାଫିଲ୍ଲା ତାର୍କିଲ, ସୋହେଲ ଖାନ ଜୁରମାଟି, ନାସିର ଖାନ ମାରୋଫଖିଲ (ଅଧିନାୟକ), ବଶିର ଅହମ୍ମଦ, ୱାହିଦୁଲ୍ଲା ଜାଦ୍ରାନ୍, ମହମ୍ମଦ ୟୁନିସ୍ ଜାଦ୍ରାନ୍, ନୁମାନ ଶାହା (ୱିକେଟ କିପର), ରହୀମୁଲ୍ଲା ଜୁରମାଟି, ଖଲିଲ ମହମ୍ମଦ, ଅକରମ ମହମ୍ମଦଜାଈ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+