ଆଜି ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍, ଷଷ୍ଠ ଟ୍ରଫି ଲକ୍ଷ୍ୟରେ ଭାରତ-ଇଂଲଣ୍ଡ
ଶୁକ୍ରବାର ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପର ଫାଇନାଲ୍ ମ୍ୟାଚ ଖେଳାଯିବ । ୫ଥର ଚାମ୍ପିଅନ୍ ଭାରତ ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଇଂଲଣ୍ଡକୁ ସାମ୍ନା କରିବ । ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ତେଣୁ ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଅବଶ୍ୟ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରୁ ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି । ପୂର୍ବରୁ ଇଂଲଣ୍ଡ କେବଳ ଥରେ ୧୯୯୮ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଶେଷ ଥର ପାଇଁ ୨୦୨୨ ବିଶ୍ୱକପ୍ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ୟଶ ଧୂଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଉକ୍ତ ମ୍ୟାଚ ଜିତି ପଞ୍ଚମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।
୪ବର୍ଷ ତଳର ପରାଜୟକୁ ଭୁଲି ନଥିବା ଇଂଲଣ୍ଡ ଏଥର ପ୍ରତିଶୋଧ ନେବାକୁ ସୁଯୋଗ ପାଇଛି । ଅଧିନାୟକ ଥୋମାସ ରିୟୁଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଗତ ସେମି ଫାଇନାଲ୍ରେ ରିୟୁ ଶତକ (୧୧୦) ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ସେ ଇତି ମଧ୍ୟରେ ୨୯୯ ରନ ସଂଗ୍ରହ କରିସାରିଛନ୍ତି ।
ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂକୁ ଗୁରୁତ୍ୱ ଦେଉଥିଲେ ହେଁ ଆରନ ଜର୍ଜ, ଭିହାନ ମଲହୋତ୍ରା ଓ ବେଦାନ୍ତ ତ୍ରିବେଦୀଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ । କାରଣ ଦୁଇ ଦୁର୍ଦ୍ଧର୍ଷ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହତ୍ରେଙ୍କ ପାଇଁ ଇଂଲଣ୍ଡ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ ।
ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡର ପିଚ୍ରୁ ଅତିରିକ୍ତ ବାଉନ୍ସ ମିଳୁଥିଲେ ହେଁ ବ୍ୟାଟିଂ ପାଇଁ ମଧ୍ୟ ବେଶ୍ ଅନୁକୂଳ ରହିଛି । ଏଠାରେ ଖେଳାଯାଇଥିବା ୬ଟି ମ୍ୟାଚର ହାରା ହାରି ରନ୍ ରେଟ୍ ୫.୪୨ ରହିଛି । ସ୍ପିନରମାନେ ମଧ୍ୟ ପିଚରୁ ଟର୍ଣ୍ଣ ଓ ବାଉନ୍ସ ପାଉଛନ୍ତି । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications