Get Updates
Get notified of breaking news, exclusive insights, and must-see stories!

୧୯ ବର୍ଷରୁ କମ୍‌ ବିଶ୍ବକପ ଫାଇନାଲ୍: ଇଂଲଣ୍ଡକୁ ୪୧୨ ରନ୍‌ କରି ବିଶାଳ ଟାର୍ଗେଟ ଦେଲା ଭାରତ

ଶୁକ୍ରବାର (୬ ଫେବୃଆରୀ) ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଛି। ଆଜିର ମ୍ୟାଚର ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୪୧୨ ରନର ବିଶାଳ ଟାର୍ଗେଟ୍ ଦେଇଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୧୭୫ ରନ୍ କରିଥିବା ବେଳେ କ୍ୟାପ୍ଟେନ ଆୟୁଷ ମାହାତ୍ରେ ୫୩ ରନ୍ କରିଥିଲେ।

ଭାରତୀୟ ଦଳ ଲଗାତାର ଷଷ୍ଠ ଥର ଏବଂ ମୋଟ ୧୦ ଥର ଫାଇନାଲ୍ ମ୍ୟାଚ୍ ଖେଳୁଛି। ଯାହା ଏକ ରେକର୍ଡ। ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜ ଇନିଂସ ଓପନ କରିଥିଲେ। ଏହି ଯୋଡ଼ି ବିଶେଷ କିଛି କରିପାରି ନଥିଲେ। ଦଳୀୟ ସ୍କୋର ୨୦ ବେଳେ ମାତ୍ର ୯ ବନାଇ ଆରୋନ ଜର୍ଜ ପଏଣ୍ଟରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା'ପରେ କ୍ୟାପ୍ଟେନ ଆୟୁଷ ମହାତ୍ରେ ବୈଭବଙ୍କ ସହିତ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ।

Under-19 World Cup Final

ବୈଭବ ସୂର୍ଯ୍ୟବଂଶୀ ନବମ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୮ ରନ୍ କରିବା ଫଳରେ ଭାରତ ମାତ୍ର ୧୪ ଓଭରରେ ୧୦୦ ପୂରା କରିଥିଲା। ପୁଣି ୧୭ ତମ ଓଭରରେ ଫରହାନ ଅହମଦଙ୍କ ଓଭରରେ ବୈଭବ ୨୨ ରନ୍ର ଧୂଆଁଦାର ବ୍ୟାଟିଂ କରିଥିଲେ। ଅର୍ଦ୍ଧଶତକ ପୂରା କରିବା ପରେ ବୈଭବ ଦୁର୍ଦ୍ଦଶ ବ୍ୟାଟିଂ ଜାରି ରଖିଥିବା ବେଳେ ୧୯ ଓଭର ବେଳେ ଆୟୁଷ ମାହାତ୍ରେଙ୍କ ୱିକେଟ୍ ଯାଇଥିଲା। ସେ ୫୦ ବଲ୍ରେ ୫୩ ରନ୍ କରି ଏଲେକ୍ସ ଗ୍ରୀନଙ୍କ ଶିକାର ହୋଇଥିଲେ।

ଆୟୁଷଙ୍କ ଉଟ୍ ହେବା ପରେ ବୈଭବ ମାତ୍ର ୫୫ ବଲ୍ରେ ୮ ଛକ୍କା ୮ ଚୌକା ସହ ନିଜର ଶତକ ପୂରା କରିଥିଲେ। ଏହାପରେ ବି ସେ ଦୁର୍ଦ୍ଦଶ ବ୍ୟାଟିଂ ଜାରି ରଖି ୭୧ ବଲରେ ୧୩ ଛକ୍କା ଓ୧୩ ଚୌକା ସହ ୧୫୦ ରନ ପୂରା କରିଥିଲେ। ତେବେ ୨୫.୩ ଓଭର ଖେଳ ବେଳେ ବୈଭବଙ୍କ ବିସ୍ଫୋରକ ଇନିଂସ ଅନ୍ତ ଘଟିଥିଲା।

ବୈଭବ ତାଙ୍କ ଇନିଂସରେ ୮୦ଟି ବଲ୍ ଖେଳି ୧୫ଟି ଚୌକା ଏବଂ ୧୫ଟି ଛକା ମାରି ୧୭୫ ରନ୍ କରିଥିଲେ। ସେ ମାନି ଲମ୍ସଡେନଙ୍କ ବଲରେ ଥମାସ ରେଭଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+