୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟ୍, ଟସ ଜିତି ବୋଲିଂ କରିବ ଭାରତ
ଆରମ୍ଭ ହୋଇଛି ୧୯ ବର୍ଷରୁ କମ ବିଶ୍ବକପ୍ । ଉଦଘାଟନୀ ମ୍ୟାଚ ଜିମ୍ବାଓ୍ବେର ବୁଲାବାୟୋଠାରେ ଥିବା କ୍ବିନ୍ସ ସ୍ପୋର୍ଟ୍ସ କ୍ଲବରେ ପାଞ୍ଚଥରର ଚାମ୍ପିୟନ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତର ଅଧିନାୟକ ଆୟୁଷ ମାହାତ୍ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ସର୍ବଶେଷ ସୂଚନା ଅନୁସାରେ ଆମେରିକା ୨ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୧ ରନ କରିଛି । ଆମେରିକୀୟ ଓପନର ଅମରିନ୍ଦର ଗିଲ୍ ମାତ୍ର ୧ ରନ କରି ହେନିଲ ପଟେଲଙ୍କ ବଲରେ ବିହାନ ମାଲହୋତ୍ରାଙ୍କ ହାତରେ ଧରା ପଡ଼ିଛନ୍ତି ।

୧୯ ବର୍ଷରୁ କମ ବିଶ୍ବକପ ୧୯୮୮ରୁ ଆରମ୍ଭ ହୋଇଥିଲା । ଭାରତ ପୂର୍ବରୁ ୫ ଥର ଏହି ବିଶ୍ବକପ୍ ଜିତିସାରିଛି। ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ଓ ୨୦୨୨ରେ ବିଶ୍ବକପ୍ ଜିତିଥିଲା। ଏଥର ନିଜର ୬ଷ୍ଠ ଟାଇଟେଲ ପାଇଁ ଭାରତୀୟ ଯୁବ ଦଳ ପଡ଼ିଆକୁ ଓହ୍ଲାଇଛି। ବିଶେଷକରି ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଦଳ ବିଶେଷ ଆଶା ରଖିଛି। ଏହି ବିଶ୍ବକପ ପୂର୍ବରୁ ଆଇସିସି ଅଧ୍ୟକ୍ଷ ଜୟ ଶାହା ଏକ୍ସରେ ଏକ ପୋଷ୍ଟ କରି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।












Click it and Unblock the Notifications