ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର-17 ଫିଫା ବିଶ୍ବକପ
କାଲିଠୁ କଳିଙ୍ଗରେ ଫୁଟବଲ୍ ମହାକୁମ୍ଭ। ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱକପ୍ ଉଦଘାଟନ ହେବ।
ଭୁବନେଶ୍ୱର: କାଲିଠୁ କଳିଙ୍ଗରେ ଫୁଟବଲ୍ ମହାକୁମ୍ଭ। ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱକପ୍ ଉଦଘାଟନ ହେବ। ଏଥିପାଇଁ ସଜେଇ ହୋଇଛି ଷ୍ଟାଡିୟମରୁ ସାରା ରାଜଧାନୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଉଦଘାଟନୀ ମ୍ୟାଚ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ। ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମରୋକୋ-ବ୍ରିଜଲ୍, ସଂଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ହେବ ହାଇଭୋଲଟେଜ୍ ଫାଇଟ୍। ଚଳିତ ମାସ ୧୧, ୧୪ ଏବଂ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଗୋଆ ଓ ମହାରାଷ୍ଟ୍ରରେ ବି ବିଶ୍ୱକପ୍ର କିଛି ମ୍ୟାଚ୍ ଖେଳାଯିବ।
ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ସହ ଅଭ୍ୟାସ ଗ୍ରାଉଣ୍ଡକୁ ପ୍ରଶଂସା କରିଛନ୍ତି ମୋରୋକ୍କୋ କୋଚ ଓ ଖେଳାଳି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ଓ ଭୁବନେଶ୍ବର ସହରକୁ ମଧ୍ୟ ପ୍ରଶଂସା କରିଛନ୍ତି ଖେଳାଳି । ୧୨ ହଜାର କ୍ଷମତା ସମ୍ପର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍ ଅତି ସୁନ୍ଦର ଭାବେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ହୋଇଛି ରଙ୍ଗୀନ। ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି। ତାସହ ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନରରେ ଝଲସୁଛି ରାସ୍ତାଘାଟ।
ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ହେବେ । ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯାଇଛି । ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ହେବ ସେଥି ପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ଅଛି । ଷ୍ଟାଡିୟମ୍ ଭିତରେ ସାଧା ପୋଷାକରେ ପୁଲିସ୍ ମୁତୟନ ରହିବେ। ପାର୍କିଂ ଆଉ ଟ୍ରାଫିକକୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି।












Click it and Unblock the Notifications