Get Updates
Get notified of breaking news, exclusive insights, and must-see stories!

ଅନିଶ୍ଚିତତାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ୍‌

ଭାରତୀୟ ଫୁଟବଲ୍ ଫେଡେରେସନକୁ ଫିଫାର ଝଟକା । ଫଳରେ ଅନିଶ୍ଚିତତାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ । ନିରାଶ ହେବେ ଓଡିଶା କ୍ରୀଡା ପ୍ରେମୀ ।

ଭୁବନେଶ୍ୱର: ଭାରତୀୟ ଫୁଟବଲ୍ ଫେଡେରେସନକୁ ଫିଫାର ଝଟକା । ଫଳରେ ଅନିଶ୍ଚିତତାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ । ନିରାଶ ହେବେ ଓଡିଶା କ୍ରୀଡା ପ୍ରେମୀ । ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେଶନକୁ ସସପେଣ୍ଡ୍ କରିଛି ଫିଫା । ଗତକାଲି ବିଳମ୍ବତ ରାତିରେ ଏନେଇ ଖବର ପ୍ରକାଶ ପାଇବା ପରେ ଏବେ ହତାଶ୍ ଭାରତୀୟ ଫୁଟବଲ ପ୍ରେମୀ । ତୃତୀୟ ପକ୍ଷର ହସ୍ତକ୍ଷେପ ଦର୍ଶାଇ ଫିଫା ତତ୍କାଳ ପ୍ରଭାବ ସହିତ ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେଶନ (ଏଆଇଏଫ୍ଏଫ୍)କୁ ସସପେଣ୍ଡ କରିଛି ।

kalinga stadium

ଫିଫା କହିଛି ଯେ, ନିୟମ ଉଲ୍ଲଂଘନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଫିଫାର ଏପରି ନିଷ୍ପତ୍ତି ପରେ ଅନିଶ୍ଚିତତାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ । ଚଳିତ ବର୍ଷ ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା ।

ଅଗଷ୍ଟ ଆରମ୍ଭରେ ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପକୁ ନେଇ ଏଆଇଏଫଏଫକୁ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା । ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫ୍ଏଫ୍)ରେ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ଯୋଗୁଁ ଏହାକୁ ନିଲମ୍ବିତ କରିବାକୁ ଫିଫା ପରିଷଦ ବ୍ୟୁରୋ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ନିଷ୍ପତ୍ତି ନେଇଛି ବୋଲି ଫିଫା ଏକ ବିବୃତ୍ତିରେ କହିଛି । ଫିଫା କହିଛି ଯେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ କମିଟିର ପରିଚାଳନା ପାଇଁ ପ୍ରଶାସକ କମିଟି ଗଠନ କରିବା ନିଷ୍ପତ୍ତିକୁ ନିରସ୍ତ୍ର କରାଯିବା ସହ ଏଆଇଏଫ୍ଏଫ୍ ପ୍ରଶାସନ ପୁଣି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ହିଁ ଭାରତୀୟ ଫୁଟବଲ ସଂଘ ଉପରୁ ନିଲମ୍ବନ ହଟାଯିବ ।

ସୂଚନାଯୋଗ୍ୟ ଯେ, ଏଆଇଏଫ୍ଏଫର ତତ୍କାଳୀନ ସଭାପତି ପ୍ରଫୁଲ୍ଲ ପଟେଲ ଧାର୍ଯ୍ୟ କାର୍ଯ୍ୟକାଳରୁ ଅଧିକ ସମୟ ରହିବାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । ସାନି ନିର୍ବାଚନ ଯାଏଁ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ ପରିଷଦକୁ ନିଲମ୍ବିତ କରି ସୁପ୍ରିମକୋର୍ଟ ଏହି ସଂସ୍ଥାର ପରିଚାଳନା ପାଇଁ ଏକ ପ୍ରଶାସକ କମିଟି ନିଯୁକ୍ତ କରିଥିଲେ । ଏଥିରେ ଫିଫା ଆପତ୍ତି ଉଠାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+