Get Updates
Get notified of breaking news, exclusive insights, and must-see stories!

ଭାରତୀୟ କ୍ରିକେଟ୍ ପାଇଁ ଏକ ଅଶୁଭ ରବିବାର: ଗୋଟିଏ ଦିନରେ ହାରିଲେ ତିନୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍

୦୮ ଡିସେମ୍ବର ୨୦୨୪ ଭାରତୀୟ କ୍ରିକେଟ୍ ପାଇଁ ଏକ ଅଶୁଭ ରବିବାର। । ଏହି ଦିନ ଭାରତୀୟ କ୍ରିକେଟ୍ ଦଳ ତିନୋଟି ଭିନ୍ନ ସ୍ଥାନରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳୁଥିଲେ । ହେଲେ ଭାରତ କୌଣସି ଗୋଟିଏ ମ୍ୟାଚ୍ ବି ଜିତି ପାରି ନାହିଁ। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଭାରତୀୟ ପୁରୁଷ ଦଳ ଏବଂ ଅଷ୍ଟ୍ରେଲିଆ ପୁରୁଷ ଦଳ ମଧ୍ୟରେ ଖେଳାଯାଉଥିଲା। ଏହି ଦିନ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳୁଥିଲା, ସେହିପରି ଭାରତ ଏବଂ ବାଂଲାଦେଶ ଅଣ୍ଡର -19 ଏସିଆ କପ୍ ୨୦୨୪ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯାଉଥିଲା।

ugly Sunday for Indian cricket

ବର୍ଡର-ଗାଭାସ୍କର ଟ୍ରଫି 2024-25 ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍:

ବର୍ଡର-ଗାଭାସ୍କର ଟ୍ରଫି 2024-25 ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଯାହା ଦିବାରାତ୍ରୀ ଗୋଲାପୀ ବଲ୍ ଟେଷ୍ଟ ମ୍ୟାଚ୍ ଥିଲା। ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ 10 ୱିକେଟରେ ପରାସ୍ତ ହୋଇଥିଲା। ଆଉ ମ୍ୟାଚ ହାରିବା ସହିତ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ଖେଳିବା ନେଇ ପଛରେ ଭାରତ।

ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା

ଦ୍ୱିତୀୟ ODI ମ୍ୟାଚ୍ 08 ଡିସେମ୍ବର 2024 ରେ ଭାରତୀୟ ମହିଳା ଏବଂ ଅଷ୍ଟ୍ରେଲିଆ ମହିଳାମାନଙ୍କ ମଧ୍ୟରେ ଖେଳାଯାଉଥିଲା। ଏହି ମ୍ୟାଚ ବ୍ରିସବେନର ଆଲାନ ବର୍ଡର ଫିଲ୍ଡରେ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ 50 ଓଭରରେ 8 ୱିକେଟ୍ ହରାଇ 371 ରନ୍ ସଂଗ୍ରହ କରିଥିଲା। ଏହା ପରେ ଭାରତୀୟ ମହିଳା ଦଳ ସମ୍ପୂର୍ଣ୍ଣ 50 ଓଭର ଖେଳି ପାରି ନଥିଲା ଏବଂ 44.5 ଓଭରରେ 249 ରନ୍ ସ୍କୋର କରିବା ପରେ ସମସ୍ତେ ଆଉଟ୍ ହୋଇଯାଇଥିଲେ। ଏହି କାରଣରୁ ଅଷ୍ଟ୍ରେଲିଆ ମହିଳା ଦଳ ଏହି ମ୍ୟାଚକୁ 122 ରନରେ ଜିତିବାରେ ସଫଳ ହୋଇଥିଲା।

ଅଣ୍ଡର -୧୯ ଏସିଆ କପ୍ ୨୦୨୪ ଫାଇନାଲ୍:

ଅଣ୍ଡର -୧୯ ଏସିଆ କପ୍ ୨୦୨୪ ର ଫାଇନାଲ ମ୍ୟାଚ୍ ୦୮ ଡିସେମ୍ବର (ରବିବାର) 2024 ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଇଣ୍ଡିଆ ଅଣ୍ଡର -19 ଏବଂ ବାଂଲାଦେଶ ଅଣ୍ଡର -19 ମଧ୍ୟରେ ଖେଳାଯାଇଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। 49.1 ଓଭରରେ 198 ରନ୍ ସ୍କୋର କରିବା ପରେ ବାଂଲାଦେଶ ଦଳ ଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତୀୟ ଦଳ 35.2 ଓଭରରେ 139 ରନ୍ ସ୍କୋରରେ ସୀମିତ ରହିଥିଲା। ଏହି କାରଣରୁ ବାଂଲାଦେଶ 59 ମ୍ୟାଚରେ ଫାଇନାଲ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ଏବଂ ଅଣ୍ଡର -19 ଏସିଆ କପ୍ 2024 ର ଟ୍ରଫି ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+