U19 World Cup: ଭାରତକୁ ଟାର୍ଗେଟ ୨୫୪
U19 World Cup: ଆଜି ଅଣ୍ଡର ୧୯ କ୍ରିକେଟ ବିଶ୍ୱକପ ଫାଇନାଲ୍ ମ୍ୟାଚ୍ । ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକା ବେନୋନିରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୩ ରନ କରିଥିଲା ।
ଅଣ୍ଡର ୧୯ ବିଶ୍ୱକପ ୨୦୨୪ର ଫାଇନାଲରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି । ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୫୪ ରନ ସଂଗ୍ରହ କରିଥିଲା । ହରଜସ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୬୪ ବଲ ସମ୍ମୁଖରେ ୫୫ ରନ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ସେ ୩ ଚୌକା ଓ ୩ ଛକା ମାରିଥିଲେ । କ୍ୟାପଟେନ ହ୍ୟୁ ୪୮ ରନର ଚମତ୍କାର ଇନିଂସ ଖେଳିଥିଲେ । ହ୍ୟାରି ଡିକ୍ସନ ୪୨ ରନ ସଂଗ୍ରହ କରିଥିଲେ, ରିଆନ ହକ୍ସ ୨୦ ରନ କରିଥିଲେ ।

ଭାରତୀୟ ଟିମ ତରଫରୁ ରାଜ ଲିମ୍ବାନୀ ୧୦ ଓଭର ବୋଲିଂ କରି ୩୮ ରନ ଦେଇଥିବା ବେଳେ ୩ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ନମନ ତିୱାରୀ ୨ ୱିକେଟ ନେଇଛନ୍ତି । ସୌମ୍ୟା ପଣ୍ଡେ ଓ ମୁଶୀର ଖାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।












Click it and Unblock the Notifications