Under-19 Asia Cup:ଫାଇନାଲରେ ପାକିସ୍ତାନଠାରୁ ହାରିଲା ଭାରତ
୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ଯ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଛି। ଫଳରେ ଫାଇନାଲ ମ୍ୟାଚକୁ ପାକିସ୍ତାନ ୧୯୧ ରନରେ ଜିତି ନେଇଛି।

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରମାନେ ପାକିସ୍ତାନକୁ କମ୍ ରନରେ ରୋକିବାରେ ବିଫଳ ହୋଇଥିଲେ। ପାକ୍ ବ୍ୟାଟ୍ସମ୍ୟାନ ସମୀର ମିନହାନଙ୍କ ବିସ୍ଫୋରକ ୧୭୨ ରନ(୧୧୩ ବଲ) ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ହେନିଲ ପଟେଲ ଓ ଖିଲାନ ପଟେଳ ୨ଟି ଏବଂ କନିଷ୍କ ଚୌହାନ ଗୋଟିଏ ଉଇକେଟ ନେଇଥିଲେ।












Click it and Unblock the Notifications