Get Updates
Get notified of breaking news, exclusive insights, and must-see stories!

Under 19 Women World Cup: ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍‌ରେ ଜିତିଥିଲା।

ଟିମ ଇଣ୍ଡିଆ ପାଇଁ ଜି କମଲିନୀ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍‌ରେ ୫୬ ରନ୍‌ର ଏକ ଇନିଂସ ଖେଳିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୮ ଉଇକେଟ ହରାଇ ୧୧୩ ରନ କରିଥିଲା। ଏହି ସମୟରେ ଓପନର ଡାଭିନା ପେରିନ ୪୫ ରନର ଇନିଂସ ଖେଳିଥିଲେ । ସେ ୪୦ଟି ବଲର ସମ୍ମୁଖୀନ ହୋଇଥିଲେ ଏବଂ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଟ୍ରୋଡି ଜନସନ ୨୫ ବଲ ସାମ୍ନା କରି ୩୦ ରନ କରିଥିଲେ। ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହି ସମୟରେ ଭାରତ ପାଇଁ ଆୟୁଷୀ ଶୁକ୍ଳା ୨ଟି ଉଇକେଟ ନେଇଥିଲେ। ସେ ୪ ଓଭରରେ ୨୧ ରନ ଦେଇଥିଲେ। ପାରିନିକା ଏବଂ ବୈଷ୍ଣବୀ ଶର୍ମା ୩ଟି ଲେଖାଏ ଉଇକେଟ ନେଇଥିଲେ।
ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ମାତ୍ର ୧୫ ଓଭରରେ ମ୍ୟାଚ ଜିତି ନେଇଥିଲା।

U-19 Women s T20 World Cup Semi-Final

ଭାରତ ପାଇଁ ଜି କମଲିନି ଏବଂ ଜି ତ୍ରିଶା ଓପନିଂ କରିବାକୁ ଆସିଥିଲେ। ଏହି ସମୟରେ ତ୍ରିଶା ୨୯ ବଲର ସାମ୍ନା କରି ୩୫ ରନ କରିଥିଲେ। ସେ ୫ଟି ଚୌକା ମାରିଥିଲେ। କମଲିନୀ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍‌ରେ ଅପରାଜିତ ୫୬ ରନ କରିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା। ସାନିକା ଚଲକେ ୧୧ ରନ କରି ଅପରାଜିତ ରହିଥିଲେ। ସେ ଗୋଟିଏ ଚୌକା ମାରିଥିଲେ।

୨୦୨୫ ମସିହାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ୱେଷ୍ଟଇଣ୍ଡିଜ, ମାଲେସିଆ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+