Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଫାଇନାଲରେ ଭାରତ

୧୯ ବର୍ଷରୁ କମ ମହିଳା ବିଶ୍ୱକପର ଫାଇନାଲରେ ଭାରତ । ନ୍ୟୁଜିଲାଣ୍ଡକୁ 8 ୱିକେଟରେ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଭାରତ ।

T20 World Cup

U-19 Women's T20 World Cup: ୧୯ ବର୍ଷରୁ କମ ମହିଳା ବିଶ୍ୱକପର ଫାଇନାଲରେ ଭାରତ । ନ୍ୟୁଜିଲାଣ୍ଡକୁ 8 ୱିକେଟରେ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଭାରତ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଭାରତ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତୀୟ ଦଳ ଦୁଇ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି ।

ପୁଣିଥରେ ଶ୍ୱେତା ଶେରାୱତ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ୪୫ ବଲରୁ ୬୧ ରନର ଇନିଂସ ଖେଳି ଭାରତର ବିଜୟକୁ ସହଜ କରିଥିଲେ ଶେରାୱତ । ସେହିଭଳି ସୌମ୍ୟାଙ୍କ ବ୍ୟାଟରୁ ୨୨ ରନ ଆସିଥିବା ବେଳେ ଅଧିନାୟିକା ଶେଫାଳୀ ବର୍ମାଙ୍କ ବ୍ୟାଟରୁ ମାତ୍ର ୧୦ ରନ ଆସିଥିଲା । ସେହିପରି ପାରସ୍ୱି ଚୋପ୍ରା ଭାରତ ପାଇଁ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ । କ୍ୟାପଟେନ ଶେଫାଲୀ ଭର୍ମା ବିପଜ୍ଜନକ ବୋଲିଂ କରିଥିଲେ । ସେ ୪ ଓଭରରେ ମାତ୍ର ୭ ରନ୍ ପାଇଁ ଗୋଟିଏ ୱିକେଟ୍ ନେଇଥିଲେ ।

T20 World Cup

ଟିମ୍ ଇଣ୍ଡିଆ ପାଇଁ ଶେଫାଲୀ ଓ ଶ୍ୱେତା ଓପନିଂ କରିବାକୁ ଆସିଥିଲେ । ଏହି ସମୟରେ ଶେଫାଲୀ ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଦ୍ରୁତ ବ୍ୟାଟିଂ କରି ଶ୍ୱେତା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୫ ବଲରେ ସମ୍ମୁଖୀନ ହୋଇଥି ୧୦ ଚୌକା ସହାୟତାରେ ୬୧ ରନ୍ ସ୍କୋର କରିଥିଲେ । ସୋମ୍ୟା ତିୱାରୀ ୨୬ ବଲ ଖେଳି ୨୨ ରନ ସ୍କୋର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+