Get Updates
Get notified of breaking news, exclusive insights, and must-see stories!

U19 World Cup: ୧୯୮୮ରୁ ୨୦୨୨, କେଉଁ ଦେଶ କେତେଥର ଜିତିଛି ଟ୍ରଫି ?

ଆଜି ୧୯ ବର୍ଷରୁ କମ୍ ବିଶ୍ଵକପ କ୍ରିକେଟ ଫାଇନାଲ, ଯାହା ୧୯୮୮ରେ ଆରମ୍ଭ ହୋଇଥିଲା । ତେବେ ଆପଣ ଜାଣନ୍ତି କିଏ, କେଉଁ ମସିହାରେ ଟ୍ରଫି ଜିତିଥିଲା । ତେବେ ଆମେ ଯଦି ଦେଖିବା ଜୁନିୟର ବିଶ୍ୱକପ୍‌ରେ ଭାରତ ସର୍ବାଧିକ ୫ଥର ବିଶ୍ୱକପ୍‌ ଟ୍ରଫି ହାତେଇଥିବା ବେଳେ ଅଷ୍ଟ୍ରେଲିଆ ୩ ଥର, ପାକିସ୍ତାନ ୨ ଥର ବିଜୟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା, ଓ୍ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଓ ବାଂଲାଦେଶ ଥରେ ଲେଖାଏଁ ଜୁନିୟର ବିଶ୍ୱକପ୍‌ ଟ୍ରଫି ଜିତିଛନ୍ତି ।

୧୯୮୮ରେ ଆରମ୍ଭ ହୋଇଥିବା ଜୁନିୟର ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ବାଜି ମାରିଥିଲା ଅଷ୍ଟ୍ରେଲିଆ । ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରି ଅଷ୍ଟ୍ରେଲିଆ ଜୁନିୟର ଦିନିକିଆ ବିଶ୍ୱକପ୍‌ ଚମ୍ପିୟାନ ହୋଇଥିଲା । ଏହାପରେ ୧୯୯୮ରେ ହୋଇଥିଲା ୨ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ହୋଇଥିଲା ବିଜୟୀ ।

ସେହିପରି ୨୦୦୦ରେ ଜୁନିୟର ବିଶ୍ୱକପ୍‌ର ତୃତୀୟ ସଂସ୍କରଣ ହୋଇଥିଲା । ଏଥିରେ ଚମ୍ପିଆନ୍‌ ହୋଇଥିଲା ଟିମ୍ ଇଣ୍ଡିଆ । ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଟିମ୍‌କୁ ହରାଇ ପ୍ରଥମ ଥର ପାଇଁ ହାତେଇଥିଲେ ଜୁନିୟର ବିଶ୍ୱକପ୍‌ । ପରେ ୨୦୦୨ରେ ଚତୁର୍ଥ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଆଉ ୨ୟ ଥର ପାଇଁ ହାତେଇଥିଲ ଜୁନିୟର ବିଶ୍ୱକପ୍‌ ଟ୍ରଫି ।

U-19 Cricket World Cup

୨୦୦୪ ସଂସ୍କରଣରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ପାକିସ୍ତାନ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲା । ୨୦୦୬ରେ ବି ପାକିସ୍ତାନ ଭାରତକୁ ହରାଇ ଜିତିଥିଲା ଜୁନିୟର ବିଶ୍ୱକପ୍‌ ଟ୍ରଫି । ୨୦୦୮ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୨ୟ ଥର ପାଇଁ ହୋଇଥିଲା ଚମ୍ପିଆନ ।

୨୦୧୦ରେ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ ତୃତୀୟ ଥର ଟ୍ରଫି ଜିତିଥିବା ବେଳେ ୨୦୧୨ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଜିତିଥିଲା ଟୁର୍ଣ୍ଣାମେଣ୍ଟ । ଆଉ ତୃତୀୟ ଥର ଲାଗି ପାଇଁ ଜୁନିୟର ବିଶ୍ୱକପ୍‌ ଟ୍ରଫି ଜିତିଥିଲା।

୨୦୧୪ରେ ଖେଳାଯାଇଥିବା ସଂସ୍କରଣରେ ଚମ୍ପିଆନ୍‌ ହୋଇଥିଲା ଦକ୍ଷିଣ ଆଫ୍ରିକା । ଫାଇନାଲରେ ପାକିସ୍ତାନକୁ ହରାଇ ଦଳ ହୋଇଥିଲା ଚମ୍ପିଆନ୍‌ । ୨୦୧୬ରେ ଭାରତକୁ ହରାଇ ଓ୍ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା । ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ହେଲା ଚମ୍ପିଆନ୍‌ । ୨୦୨୦ରେ ଖେଳାଯାଇଥିବା ଜୁନିୟର ବିଶ୍ୱକପ୍‌ରେ ବାଂଲାଦେଶ ହୋଇଥିଲା ଚମ୍ପିଆନ୍‌ । ଫାଇନାଲରେ ଭାରତୀୟ ଟିମ୍‌କୁ ହରାଇ ବାଂଲା ଟିମ୍‌ ହାତେଇଥିଲା ଟ୍ରଫି ।

ଶେଷରେ ୨୦୨୨ରେ ଖେଳାଯାଇଥିବା ଜୁନିୟର ବିଶ୍ୱକପ୍‌ ଟ୍ରଫି ହାତେଇଥିଲା ଭାରତୀୟ ଟିମ୍‌ । ଫାଇନାଲରେ ଇଂଲଣ୍ଡକୁ ହାତେଇ ୫ମ ଥର ଲାଗି ହୋଇଥିଲା ଚମ୍ପିଆନ୍‌ ।

ସେହିପରି ଆଜି ଫାଇନାଲ ମ୍ୟାଚରେ ଭାରତ ବିଜୟ ହେଲେ ୬ଷ୍ଠ ଥର ପାଇଁ ବିଶ୍ଵକପ ଜିତିବ । ସେହିପରି ଅଷ୍ଟ୍ରେଲିଆ ଆଜି ଜିତିଲେ ଚତୁର୍ଥ ପାଇଁ ବିଶ୍ଵକପ ଜିତିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+