ଏଥର ଆଇପିଏଲ ନିଲାମରେ ଆଉ ଦୁଇ ଓଡିଆ
: ଏଥର ଆଇପିଏଲ ନିଲାମରେ ସାମିଲ ହେବେ ଆଉ ଦୁଇ ଓଡିଆ କ୍ରିକେଟର । ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ସଂସ୍କରଣ ପାଇଁ ମିନି ନିଲାମ ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ ।
ଭୁବନେଶ୍ୱର: ଏଥର ଆଇପିଏଲ ନିଲାମରେ ସାମିଲ ହେବେ ଆଉ ଦୁଇ ଓଡିଆ କ୍ରିକେଟର । ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ସଂସ୍କରଣ ପାଇଁ ମିନି ନିଲାମ ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ ।
ଏଥିପାଇଁ ବୁଧବାର ସମସ୍ତ ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିଛ । ଏହି ତାଲିକାରେ ନିଲାମ ଦୁଇ ଓଡିଆ କ୍ରିକେଟରଙ୍କ ନାମ ସାମିଲ ରହିଛି । ଏହି ଦୁଇ ନାମ ହେଲା ରାଜେଶ ମହାନ୍ତି ଓ ମୁସ୍ତାକ ବେଗ । ଯାହାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ରହିଛି ।

କହିରଖୁ କି, ପୂର୍ବରୁ ଓଡିଶା ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ରିଟେନିଙ୍ଗ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ ନିଜ ଦଳରେ ରଖିଛି । ଗତଥର ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଥିଲା ସିଏସକେ । ଏବେ ଏହି ଧାରାରେ ସାମିଲ ହେବାକୁ ଯାଉଛନ୍ତି ଆଉ ଦୁଇ ଓଡିଆ କ୍ରିକେଟର । ଗତ ମୁସ୍ତାକ ଅଲିରେ ଭଲ ପଦର୍ଶନ ପରେ ଓସିଏ ଉଭୟ ଙ୍କ ନାଁ ଆଇପିଏଲ ନିଲାମୀ ପାଇଁ ସୁପାରିଶ କରିଥିଲା।
ଆଇପିଏଲ ଖେଳିବା ମୋର ସପ୍ନ ରହି ଆସିଛି । ମୋର ନାଁ ଆଇପିଏଲ ନିଲାମୀ ପାଇଁ ତାଲିକା ଯାଇଥିବା ଜାଣିବା ପରେ ମୁଁ ବହୁତ ଖୁସି ଅନୁଭବ କରୁଛି । ଆଇପିଏଲ ଟ୍ରାଏଲ ପାଇଁ ପୂର୍ବରୁ ଟ୍ରାଲ୍ସରେ ଯାଇଥିଲି । ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟଲ୍ସ ଓ ସନରାଇଜର୍ସ ପାଇଁ ମୁଁ ଟ୍ରାଏଲ ଦେଇଛି । ଭାବୁଛି ଏହି ତିନିଟି ଦଳ ମଧ୍ୟରୁ କୌଣସି ଗୋଟିଏ ଦଳର ମୁଁ ଅଶଂ ବିଶେଷ ହୋଇ ପାରିବି ବୋଲି କହିଛନ୍ତି ମୁସ୍ତାକ ବେଗ।
ଉଲ୍ଲେଖଥାଉ କି, ଆଇପିଏଲ ଅକ୍ସନ ୨୦୨୩ ପାଇଁ ମୋଟ ୪୦୫ ଜଣ ଖେଳାଳି ନିଲାମୀ ତାଲିକା ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨୭୩ ଭାରତୀୟ ,୧୩୨ ବିଦେଶୀ ଖେଳାଳି ରହିଛନ୍ତି। ତେବେ ଆସନ୍ତା ୨୩ ତାରିଖ ରେ କୋଚିରେ ଏହି ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯେଉଁଟି ୧୦ ଟି ଟିମ ପାଇଁ ଖେଳାଳି ନିଲାମ ରେ ହେବ ମହାଲଢ଼େଇ।
ତେବେ ୪୦୫ ଜଣ ଅକ୍ସନ ପାଇଁ ଯାଉଥିବା ବେଳେ ସର୍ବାଧିକ ୮୭ ଜଣ ଖେଳାଳି ହିଁ କିଣା ହୋଇପାରିବେ। ଏମାନଙ୍କ ମଧ୍ୟରେ ସର୍ବାଧିକ ୩୦ ଜଣ ବିଦେଶ ଖେଳାଳି ରହି ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଭାରତୀୟ ଖେଳାଳି ପ୍ରଥମଥର ପାଇଁ ୨ କୋଟି ଟଙ୍କାର ବେସ୍ ପ୍ରାଇସ ବ୍ରାକେଟରେ ନାହାନ୍ତି। ୧୧୯ ଜଣ କ୍ୟାପଡ ଖେଳାଳିଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ନାଁ ରହିଛି ।
ଦେଖନ୍ତୁ ତାଲିକା:
- ବେସ୍ ପ୍ରାଇସ ୨ କୋଟି: ନାଥନ କୁଲ୍ଟରନାଇଲ, କାମେରୁନ ଗ୍ରୀନ, ଡ୍ରାଭିସ ହେଡ, କ୍ରିସ ଲିନ, ଟମ ବାଣ୍ଟନ, ସାମ କୁରାନ, କ୍ରିସ ଜୋର୍ଡାନ, ଟାୟମଲ ମିଲ୍ସ, ଜାମି ଓଭରଟନ, କ୍ରେଗ ଓଭରଟନ, ଆଦିଲ ରଶିଦ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ଆଡାମ ମିଲନେ, ଜିମ୍ମି ନିଶୀମ, କେନ ୱିଲିୟମସନ, ରିଲି ରୁସୋ, ରସି ଭାନ ଡେର ଡୁସେନ, ଆଞ୍ଜେଲୋ ମାଥ୍ୟୁସ, ନିକୋଲ୍ସ ପୂରନ ଓ ଜାସନ ହୋଲ୍ଡର।
- ବେସ୍ ପ୍ରାଇସ ୧.୫ କୋଟି: ସେନ ଆବୋଟ, ରିଲେ ମେରେଡିଥ, ଝାଇ ରିଚାର୍ଡସନ, ଆଡାମ ଜାମ୍ପା, ସାକିବ ଅଲ ହାସନ, ହ୍ୟାରୀ ବ୍ରୁକ୍ସ, ୱିଲ ଜ୍ୟାକ୍ସ, ଡାୱିଡ ମଲାନ, ଜେସନ ରୟ, ଶେରଫନ ରଥରଫର୍ଡ।
- ବେସ ପ୍ରାଇସ ୧ କୋଟି: ମୟଙ୍କ ଅଗ୍ରୱାଲ, କେଦାର ଯାଦବ, ମନୀଷ ପାଣ୍ଡେ, ମହମ୍ମଦ ନବି, ମୁଜିବ ଉର ରହମନ, ମୋଜିସ ହେନରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଜୋ ରୁଟ, ଲୁକ ଉଡ, ମିଚେଲ ବ୍ରେସୱେଲ, ମାର୍କ ଚାମ୍ପମାନ, ମାର୍ଟିନ ଗପ୍ଟିଲ, କାୟଲ ଜାମିସନ, ମ୍ୟାଟ ହେନରୀ, ଟମ ଲାଥମ, ଡାରେଲ ମିଚେଲ, ହେନିରିଚ କ୍ଲାସେନ, ତ୍ରାବାଇଜ ଶାମସି, କୁସଲ ପେରେରା, ରୋଷ୍ଟନ ଚେଜ୍, ରାଖୀମ କର୍ଣ୍ଣୱେଲ, ଶାଈ ହୋପ, ଅକେଲା ହୁସେନ ଓ ଡାଭିସ ଭିସା।
କାହା ପାଖରେ କେତେ ବଜେଟ୍ ?
- ୧-ସନ ରାଇଜର୍ସ ହାଇଦ୍ରାବାଦ: ୪୨.୨୫ କୋଟି ଟଙ୍କା ରହିଥିବା ବେଳେ ଦଳ ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ କିଣି ପାରିବ
- ୨-ପଞ୍ଜାବ କିଙ୍ଗସ: ୩୨.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ
- ୩-ଲକ୍ଷ୍ନୌ ସୁପର ଜିଆଣ୍ଟସ: ୨୩.୩୫ କୋଟି ଟଙ୍କା ଥିବା ବେଳେ ଦଳ ୧୦ ଜଣ ଖେଳାଳିଙ୍କୁ କିଣି ପାରିବ
- ୪-ମୁମ୍ବାଇ ଇଣ୍ଡିଆନ୍ସ: ୨୦.୫୫ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ
- ୫-ଚେନ୍ନାଇ ସୁପର କିଙ୍ଗସ: ୨୦.୪୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳି କିଣି ପାରିବ
- ୬-ଦିଲ୍ଲୀ କ୍ୟାପିଟାଲ୍ସ: ୧୯.୪୫ କୋଟି ଟଙ୍କା ଥିବା ବେଳେ ଦଳ ୫ ଜଣ ଖେଳାଳିଙ୍କୁ କିଣି ପାରିବ
- ୭-ଗୁଜରାଟ ଟାଇଟନ୍ସ: ୧୯.୨୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳିଙ୍କୁ କିଣି ପାରିବ
- ୮-ରାଜସ୍ଥାନ ରୟାଲ୍ସ: ୧୩.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣଙ୍କୁ କିଣି ପାରିବ
- ୯-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୮.୭୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣଙ୍କୁ କିଣି ପାରିବ
- ୧୦- କୋଲକାତା ନାଇଟ ରାଇଡର୍ସ: ୭.୦୫ କୋଟି ଟଙ୍କା ଥିବା ବେଳେ ଦଳ ୧୧ ଜଣଙ୍କୁ କିଣି ପାରିବ
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications