ରୋହିତଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା କଙ୍ଗନାଙ୍କୁ ହେଲା କାଳ, ଟ୍ବିଟର ଦେଲା ୱାର୍ଣ୍ଣିଂ

କ୍ରିକେଟର ରୋହିତ ଶର୍ମାଙ୍କ ଉପରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏହା ପରେ ଟ୍ୱିଟର ଏହି ପଦକ୍ଷେପ ନେଇଛି।

ମୁମ୍ବାଇ: ସବୁବେଳେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। କ୍ରିକେଟର ରୋହିତ ଶର୍ମାଙ୍କ ଉପରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏହା ପରେ ଟ୍ୱିଟର ଏହି ପଦକ୍ଷେପ ନେଇଛି।

ପପ୍ ଗାୟକ ରିହାନ୍ନାଙ୍କ ଟ୍ୱିଟ୍ ପରେ ଆକ୍ରମଣାତ୍ମକ ଦେଖାଯାଇଥିବା କଙ୍ଗନା ବର୍ତ୍ତମାନ ସମସ୍ତଙ୍କ ଉପରେ ଆକ୍ରମଣକୁ ଜୋରଦାର କରୁଛନ୍ତି। ଏହି ଧାରାରେ ସେ ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଯାହା ପରେ ସେ ଟ୍ରୋଲର ଟାର୍ଗେଟରେ ଆସିଥିଲେ।

Kangana-Rohit controversy

ଆପଣଙ୍କୁ କହିରଖୁଛୁ ଯେ, କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସୋସିଆଲ ୱାର ଚାଲିଛି । ଭାରତୀୟ କ୍ରିକେଟର ରୋହିତ ଶର୍ମା ଭାରତର ଏକତା ବିଷୟରେ ଏକ ଟ୍ୱିଟ୍ କରିଥିଲେ । ଏହା ପରେ କଙ୍ଗନା ରାଣାୱତ ତାଙ୍କ ଟ୍ୱିଟର ଜବାବ ଦେଇ କ୍ରିକେଟରମାନଙ୍କୁ 'ଧୋବିକା କୁତ୍ତା' ବୋଲି କହିଛନ୍ତି। ରୋହିତ ଶର୍ମାଙ୍କ ପ୍ରତି ଏପରି ଅଶ୍ଳୀଳ ମନ୍ତବ୍ୟ ପରେ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟୁରୁ ଉକ୍ତ ଟ୍ୱିଟ ସହ ଅନ୍ୟ ଏକ ଟ୍ବିଟକୁ ମଧ୍ୟ ଡିଲଟ କରିଛି ଟ୍ୱିଟର ଅଫିସିଆଲ ।

ରୋହିତ ଶର୍ମାଙ୍କ ଟ୍ୱିଟ୍:

#IndiaTogether ରେ ରୋହିତ ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ ଯେତେବେଳେ ଆମେ ସମସ୍ତେ ଏକାଠି ଛିଡ଼ା ହୋଇଥାଉ, ଭାରତ ସର୍ବଦା ଶକ୍ତିଶାଳୀ ହୋଇଥାଏ ଏବଂ ଏହି ସମୟରେ ସମାଧାନ ଖୋଜିବା ଏକ ଆବଶ୍ୟକତା ହୋଇସାରିଛି । ଆମ କୃଷକମାନେ ଆମ ଦେଶର କଲ୍ୟାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ମୁଁ ଆଶା କରେ ଯେ ଆମେ ଶୀଘ୍ର ଏହାର ସମାଧାନ ବାଟ ଖୋଜି ପାଇବା । କଙ୍ଗନା ରାଣାୱତ ଏହି ଟ୍ୱିଟରେ କ୍ରୋଧିତ ହୋଇ ରୋହିତ ଶର୍ମାଙ୍କୁ ଦୁର୍ବ୍ୟବହାର କରିଥିଲେ।

କଙ୍ଗନା କ'ଣ କହିଛନ୍ତି ଜାଣନ୍ତି ?

Kangana-Rohit controversy

କଙ୍ଗନା ରାଣାୱତ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, " ଏହି କ୍ରିକେଟରମାନେ ଖୁବ ଭୟଭୀତ ଅଛନ୍ତି । ତେଣୁ ଖୋଲାଖୋଲି ଭାବେ ନିଜର ମନ୍ତବ୍ୟ ରଖୁ ନାହାଁନ୍ତି। ଏହି କ୍ରିକେଟରମାନେ ଧୋବା ଘର କୁକୁର ପରି । ନା ଏମାନେ ଘରର ଓ ଘାଟର । କୃଷକମାନେ କାହିଁକି ଏପରି ଆଇନ ବିରୋଧ କରିବେ? ଯାହା ସେମାନଙ୍କୁ ହିଁ ଫାଇଦା ଦେବ । ଏମାନେ ସମସ୍ତେ ଆତଙ୍କବାଦୀ । ଯିଏ ହଙ୍ଗାମା କରୁଛନ୍ତି । "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+