Get Updates
Get notified of breaking news, exclusive insights, and must-see stories!

ଟ୍ବେଣ୍ଟି-୨୦ ବିଶ୍ବକପ୍ ; ନେଦରଲାଣ୍ଡସକୁ ହରାଇବାକୁ ସଂଘର୍ଷ କଲା, ଶେଷ ଓଭରରେ ଜିତିଲା

ଆରମ୍ଭ ହୋଇଛି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍। ପ୍ରଥମ ମୁକାବିଲାରୁ ହିଁ ବିଶ୍ବକପର ରୋମାଞ୍ଚ ଦେଖିବାକୁ ମିଳିଛି। ପାକିସ୍ତାନ ତୁଳନାରେ ଏକ ଦୁର୍ବଳ ଦଳ ହୋଇଥିଲେ ବି କଡ଼ା ଟକ୍କର ଦେଇଛି ନେଦରଲାଣ୍ଡସ୍‌। ଏହି ମ୍ୟାଚ୍‌କୁ ୩ ଓ୍ବିକେଟ୍‌ରେ ଜିତିଥିଲେ ପାକିସ୍ତାନକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଗୋଟିଏ ସମୟରେ ଲାଗୁଥିଲା ଯେ ପାକିସ୍ତାନ ଏହି ମ୍ୟାଚ୍‌କୁ ହାରିଯିବ।

Twenty20 World Cup

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ସ୍କଟ୍‌ ଏଡଓ୍ବାଡ୍ସ ୩୭ ରନ କରିଥିବାବେଳେ ବାସ୍‌ ଡି ଲିଡ୍ସ ୩୦, ମାଇକେଲ୍‌ ଲେଭିଟ୍‌ ୨୪ ଓ କଲିନ ଆକରମ୍ୟାନ୍‌ ୨୦ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ସଲମାନ ମିର୍ଜା ୩ଟି ଓ୍ବିକେଟ୍‌ ନେଇଥିବାବେଳେ ଅବରାର ଅହମ୍ମଦ, ସଇମ ଆୟୁବ ଓ ମହମ୍ମଦ ନଓ୍ବାଜ୍ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ। ୧୪୮ ରନ ପାକିସ୍ତାନ ପାଇଁ ଏକ ସହଜ ଲକ୍ଷ୍ୟ ମନେହେଉଥିଲା, ପାକିସ୍ତାନ ମଧ୍ୟ ଆରମ୍ଭରୁ ଦ୍ରୁତ ରନ ସଂଗ୍ରହ କରି ଏକ ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ଦଳ ପକ୍ଷରୁ ଦୁଇ ଓପନର ସାଇବିଜାଦା ଫରହାନ ଓ ସାଇମ୍‌ ଆୟୁବ ପ୍ରଥମ ଓ୍ବିକେଟ୍‌ରେ ୨୭ ରନର ଭାଗୀଦାର କରିଥିଲେ।

ସାଇମ୍‌ ୨୪ ରନ କରି ଆଉଟ୍‌ ହେବା ପରେ ଫରହାନ ଓ ଅଧିନାୟକ ସଲମାନ ଆଗାଙ୍କ ମଧ୍ୟରେ ୨୬ ରନର ଆଉ ଏକ ଭାଗୀଦାର ହୋଇଥିଲା। ତେବେ ସଲମାନ ମାତ୍ର ୧୨ ରନ କରି ଆଉଟ୍‌ ହେବା ପରେ ଫରହାନ ଓ ବାବର ଆଜମଙ୍କ ମଧ୍ୟରେ ୪୫ ରନର ଏକ ବଡ଼ ଭାଗୀଦାର ହୋଇଥିଲା। ଫରହାନ ୪୭ ରନ କରି ଆଉଟ୍‌ ହେବା ସମୟରେ ଦଳର ସ୍କୋର ୩ ଓ୍ବକେଟ୍‌ ହରାଇ ୯୮ ରନ ଥିଲା। ଏହାପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ୍‌ ହରାଇ ଚାଲିଥିଲା ଓ ସ୍ଥିତି ଏପରି ହୋଇଥିଲା ଯେ ଦଳ ୧୧୪ ରନରେ ୭ଟି ଓ୍ବିକେଟ୍‌ ହରାଇ ଏକ ନିଶ୍ଚିତ ପରାଜୟ ଆଡକୁ ଗତି କରୁଥିଲା। ତେବେ ଶେଷ ଦୁଇ ଓଭରରେ ଫହିମ ଅସ୍ରଫ୍‌ ମାତ୍ର ୧୧ଟି ବଲରେ ୩ ଛକା ୨ଚୌକା ସହ ୨୯ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+