ଟ୍ବେଣ୍ଟି-୨୦ ବିଶ୍ବକପ୍ ;ଆଜି ଭାରତ ସହ ଦକ୍ଷିଣ ଆଫ୍ରିକାର ମହା ମୁକାବିଲା
ଆଇ.ସି.ସି. ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍ ୨୦୨୬ ରେ, ଭାରତ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର ୮ ଅଭିଯାନ ଆରମ୍ଭ କରିବ। ମ୍ୟାଚ୍ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ। ଭାରତ ସମସ୍ତ ଚାରୋଟି ମ୍ୟାଚ୍ ଜିତିବା ପରେ ଗ୍ରୁପ୍ ସ୍ତରର ଶୀର୍ଷରେ ରହିଥିଲା। ସୁପର ୮ ପର୍ଯ୍ୟାୟରେ, ପ୍ରଥମ ଗ୍ରୁପ୍ରେ ଭାରତ, ଜିମ୍ୱାୱେ, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ଥିବାବେଳେ ଦ୍ୱିତୀୟ ଗ୍ରୁପରେ ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି।

ପ୍ରତ୍ୟେକ ଦଳ ନିଜ ଗ୍ରୁପ୍ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳିବେ ଏବଂ ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲ୍କୁ ଯିବେ । ସମସ୍ତ ଦଳ ସୁପର ୮ ପର୍ଯ୍ୟାୟ ଶୂନ୍ୟ ପଏଣ୍ଟ ସହିତ ଆରମ୍ଭ କରିବେ, ଏବଂ ପୂର୍ବ ପର୍ଯ୍ୟାୟର ନେଟ୍ ରନ୍ ରେଟ୍ ଆଗକୁ ବଢ଼ିବ ନାହିଁ। ଗତକାଲି କଲମ୍ୱୋରେ ପ୍ରବଳ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ସୁପର ୮ ମ୍ୟାଚକୁ ବାତିଲ କରାଯାଇଛି । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି ।












Click it and Unblock the Notifications