ଆସନ୍ତାକାଲିଠାରୁ ଟୋକିଓ ପାରାଅଲିମ୍ପିକ୍ସ
ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ମଙ୍ଗଳବାର ଜାତୀୟ ଅଲିମ୍ପିକ୍ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଜାପାନ ସମ୍ରାଟ୍ ନାରୁହିତୋ କ୍ରୀଡ଼ାର ଉଦ୍ଘାଟନ କରିବେ ।
ଟୋକିଓ: ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ମଙ୍ଗଳବାର ଜାତୀୟ ଅଲିମ୍ପିକ୍ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଜାପାନ ସମ୍ରାଟ୍ ନାରୁହିତୋ କ୍ରୀଡ଼ାର ଉଦ୍ଘାଟନ କରିବେ ।

ପ୍ରାୟ ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବେ । ପାରାଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ ।
ଉଦ୍ଘାଟନୀ ଉତ୍ସବରେ ଭାରତର ୫ ଜଣ କ୍ରୀଡ଼ାବିତ୍ ଓ ୬ ଜଣ ଅଧିକାରୀ ଭାଗନେବେ। ୨୦୧୬ ରିଓ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁ ଉତ୍ସବରେ ଭାରତୀୟ ଜାତୀୟ ଧ୍ବଜା ବହନ କରିବେ। ଅନ୍ୟ ୪ ଜଣ ହେଲେ ଡିସ୍କସ୍ ଫିଙ୍ଗାଳି ବିନୋଦ କୁମାର, ଜାଭେଲିନ୍ ଫିଙ୍ଗାଳି ତେକ୍ ଚାନ୍ଦ ଏବଂ ଦୁଇ ପାୱର ଲିଫ୍ଟର ଜୟଦୀପ ଓ ସାକିନା ଖାତୁନ୍।
ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା । ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ । ଅପରପକ୍ଷେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଜିତିଥିଲା । ତନ୍ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ରହିଥିଲା। ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ। ସେହିପରି ଓଡ଼ିଶାରୁ ପ୍ରମୋଦ ଭାଗବତ୍ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କଠାରୁ ପଦକ ଆଶା ରଖିଛି ଭାରତ।












Click it and Unblock the Notifications