24ରୁ ପାରା ଅଲିମ୍ପିକ୍ସ, ଭାରତରୁ ଭାଗ ନେବେ ସର୍ବାଧିକ ପାରା ଆଥଲେଟ୍ସ
ଆସନ୍ତା 24ରୁ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ୍ସ, ଯାହା ଜାପାନ ରାଜଧାନୀ ଟୋକିଓ ହିଁରେ ଖେଳାଯିବ । ତେବେ ଏଥର ପାରା ଅଲିମ୍ପିକ୍ସରେ ମଧ୍ୟ ଗତଥର ପରି ଭାରତରୁ ସର୍ବାଧିକ ପାରା ଆଥଲେଟ୍ସ ଭାଗ ନେବେ ।
ନୂଆଦିଲ୍ଲୀ: ଶେଷ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ 2020 । ଏହାପରେ ଆସନ୍ତା 24ରୁ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ୍ସ, ଯାହା ଜାପାନ ରାଜଧାନୀ ଟୋକିଓ ହିଁରେ ଖେଳାଯିବ । ତେବେ ଏଥର ପାରା ଅଲିମ୍ପିକ୍ସରେ ମଧ୍ୟ ଗତଥର ପରି ଭାରତରୁ ସର୍ବାଧିକ ପାରା ଆଥଲେଟ୍ସ ଭାଗ ନେବେ ।

ଟୋକିଓ ପାରାଲିମ୍ପିକ୍ସ 21 ଟି ସ୍ଥାନରେ ଆୟୋଜିତ ହେବ । 22 ଟି କ୍ରୀଡାରେ 593ଟି ଇଭେଣ୍ଟ ଆୟୋଜନ କରାଯିବ । 9 ଟି କ୍ରୀଡା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତ 54 ଜଣ ପାରା ଆଥଲେଟ୍ସ ବିଶିଷ୍ଟ ସର୍ବ ବୃହତ କଣ୍ଟିଜେଣ୍ଟ ପଠାଇବ । 2016 ରିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ହାଇ ଜମ୍ପ ମାରିଆପାନ୍ ଥାଙ୍ଗାଭେଲୁ ଉଦଘାଟନୀ ସମାରୋହରେ ଭାରତର ପତାକା ଧରିବେ ।
ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ 2016ରେ ଥିଲା । ଯେଉଁଠାରେ 19 ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ । ଏହି ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ - ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଥିଲା ।
ଟୋକିଓ 2020 ପାଇଁ ସମସ୍ତ ଆଥଲେଟ୍ ଚୟନ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦୁଇ ଦିନିଆ ଟ୍ରାଏଲ ମାଧ୍ୟମରେ ହୋଇଛି । ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆର ସଭାପତି ତଥା ରିଓ 2016 ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ଚୟନ କରାଯାଇଥିଲା।
ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ପାରା ଆଥଲେଟ୍
- ପୁରୁଷ: ଦେବେନ୍ଦ୍ର ଝାଝାରିଆ, ଅଜିତ୍ ସିଂହ ଓ ସୁନ୍ଦର ସିଂହ ଗୁର୍ଜର୍ (ଜାଭେଲିନ୍ ଏଫ୍-୪୬); ସନ୍ଦୀପ ଚୌଧୁରୀ ଓ ସୁମିତ୍ (ଜାଭେଲିନ୍ ଏଫ୍-୬୪); ମରିୟପ୍ପନ ଥଙ୍ଗାଭେଲୁ, ଶରଦ କୁମାର ଓ ବରୁନ୍ ସିଂହ ଭଟ୍ଟି (ହାଇ ଜମ୍ପ ଟି-୬୩); ଅମିତ୍ କୁମାର ଓ ଧରମବୀର (କ୍ଲବ୍ ଥ୍ରୋ' ଏଫ୍-୫୧); ନିଶଦ କୁମାର ଓ ରାମ୍ ପାଲ୍ (ହାଇ ଜମ୍ପ ଟି-୪୭), ସୋନମ ରାଣା (ଶଟପୁଟ୍ ଏଫ୍-୫୭), ନବଦୀପ (ଜାଭେଲିନ୍ ଏଫ୍-୪୧), ପ୍ରବୀଣ କୁମାର (ହାଇ ଜମ୍ପ ଟି-୬୪), ଯୋଗେଶ କଥୁନିୟା (ଡିସକସ୍ ଥ୍ରୋ ଏଫ୍-୫୬), ବିନୋଦ କୁମାର (ଡିସକସ୍ ଥ୍ରୋ ଏଫ୍-୫୬), ରଞ୍ଜିତ୍ ଭଟ୍ଟି (ଜାଭେଲିନ୍ ଏଫ୍-୫୭), ଅରବିନ୍ଦ (ଶଟପୁଟ୍ ଏଫ୍-୩୫), ଟେକ୍ ଚାନ୍ଦ (ଜାଭେଲିନ୍ ଏଫ୍-୫୪)।
- ମହିଳା: ଏକତା ଭ୍ୟାନ୍ ଓ କଶିଶ୍ ଲାକ୍ରା (କ୍ଲବ୍ ଥ୍ରୋ' ଏଫ୍-୫୧), ଭାଗ୍ୟଶ୍ରୀ ଯାଦବ (ଶଟପୁଟ୍ ଏଫ୍-୩୪), ସିମରନ୍ (୧୦୦ ମିଟର୍ ଟି-୧୩)।












Click it and Unblock the Notifications