ପାରା ଅଲିମ୍ପିକ୍ସ: ଗୋଟିଏ ଦିନରେ 4 ପଦକ, ଭାରତର ମେଡାଲ ସଂଖ୍ୟା 7କୁ ବୃଦ୍ଧି, ଦେଖନ୍ତୁ ପୁରା ତାଲିକା
ଏବେ ସୁଦ୍ଧା ଭାରତର ଟୋକିଓ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା 7କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର: ସୋମବାର ସକାଳୁ ସକାଳୁ ଭାରତ ଖାତାରେ 4ଟି ପଦକ । ଗତକାଲି ଜାତୀୟ କ୍ରୀଡା ଦିବସ ଅସବସରେ 3ଟି ପଦକ ଆସିଥିବା ବେଳେ ଆଜି ଖାତାରେ ଯୋଡି ହୋଇଛି ଗୋଟିଏ ସ୍ବର୍ଣ୍ଣ ସହ 4ଟି ପଦକ । ଫଳରେ ଏବେ ସୁଦ୍ଧା ଭାରତର ଟୋକିଓ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା 7କୁ ବୃଦ୍ଧି ପାଇଛି ।

ସୋମବାର ଦିନ ସୁଟର ଅବନୀ ଲେଖାରା ଇତିହାସ ରଚି ପ୍ରଥମ ଭାରତୀୟ ମହିଳା ଭାବେ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ପୋଡିୟମର ଟପ କରିଛନ୍ତି । 19 ବର୍ଷୀୟା ମୋଟ 249.6 ସ୍କୋର ସହିତ ଏକ ବିଶ୍ୱ ରେକର୍ଡ ସହିତ ସମାପ୍ତ କରିଛନ୍ତି । ଯାହାକି ଏକ ନୂତନ ପାରାଲିମ୍ପିକ୍ ରେକର୍ଡ ।
ସେହିପରି ଟୋକିଓ ପାରା ଅଲିମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି । ଡିସ୍କସ୍ ଥ୍ରୋ ଏଫ୍ 56 ଫାଇନାଲର ଦ୍ୱିତୀୟ ସ୍ଥାନରେ ରହିଥିଲେ ଯୋଗେଶ । ଷଷ୍ଠ ଓ ଶେଷ ପ୍ରୟାସରେ 44.38 ମିଟର ଫିଙ୍ଗି ରୌପ୍ୟ ପଦକ ନିଜ ନାଁରେ କରିଥିଲେ । ଯୋଗେଶଙ୍କର ଏହା ହେଉଛି ପ୍ରଥମ ପାରା ଅଲିମ୍ପିକ୍ସ ।
ସେହିପରି ଜାଭେଲିନ୍ ଥ୍ରୋରେ ଭାରତକୁ ଆଉ ଦୁଇଟି ମେଡାଲ ମିଳିଛି । ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି । ସୁନ୍ଦର ସିଂହ ଗୁଜର ବ୍ରୋଂଜ ପଦକ ହାସଲ କରିଛନ୍ତି । ଏହା ସହ ଭାରତର ପଦକ ସଂଖ୍ୟା 4କୁ ବୃଦ୍ଧି ପାଇଛି ।
ଗତକାଲି ଭାରତ ପାଇଁ ଟେବୁଲ ଟେନିସରେ ଭବୀନା ପଟେଲ ପ୍ରଥମ ମେଡାଲ ଆଣିଥିଲେ । ପରେ ପରେ ପୁରୁଷ ହାଇ ଜମ୍ପରେ ନିଷାଦ କୁମାର ଓ ଡିକ୍ସ ଥ୍ରୋରେ ବିନୋଦ କୁମାର ମେଡାଲ ଆଣିଥିଲେ ।
ମେଡାଲ ତାଲିକା:
| ଭବୀନା ପଟେଲ | ମହିଳା ଟେବୁଲ୍ ଟେନିସ୍ | ରୌପ୍ୟ |
| ନିଷାଦ କୁମାର | ପୁରୁଷ ହାଇ ଜମ୍ପ | ରୌପ୍ୟ |
| ବିନୋଦ କୁମାର | ପୁରୁଷ ଡିସ୍କସ୍ ଥ୍ରୋ | ବ୍ରୋଞ୍ଜ୍ |
| ଅବନୀ ଲେଖାରା | 10 ମିଟର ଏୟାର ରାଇଫଲ | ସ୍ୱର୍ଣ୍ଣ |
| ଦେବେନ୍ଦ୍ର ଝାଝାରିଆ | ଜାଭେଲିନ୍ ଥ୍ରୋ | ରୌପ୍ୟ |
| ସୁନ୍ଦର ସିଂହ ଗୁଜର | ଜାଭେଲିନ୍ ଥ୍ରୋ | ବ୍ରୋଞ୍ଜ୍ |
| ଯୋଗେଶ କଥୁନିଆ | ଡିସ୍କସ୍ ଥ୍ରୋ | ରୌପ୍ୟ |












Click it and Unblock the Notifications