ଟୋକିଓ ଅଲିମ୍ପିକ୍ସ: ମ୍ୟାଚ୍ ପୂର୍ବରୁ କାହିଁକି ମେରିକମ ବଦଳାଇଥିଲେ ଜର୍ସି ? ବିନା ନାମ ଜର୍ସି ପିନ୍ଧି ରିଙ୍ଗକୁ ଓହ୍ଲାଇଥିଲେ ମେର
ମେରିକମଙ୍କ ଏହି ମ୍ୟାଚ୍ କେବଳ ପରାଜୟ କାରଣରୁ ନୁହେଁ, ବରଂ ତାଙ୍କ ଜର୍ସି କାରଣରୁ ମଧ୍ୟ ଆଲୋଚନା ହେଉଛି । ବାସ୍ତବରେ ଭାରତୀୟ ଭେଟେରାନ ବିନା ନାମରେ ଜର୍ସି ପିନ୍ଧି ରିଙ୍ଗରେ ପ୍ରବେଶ କରିଥିଲେ ।
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସବୁଠାରୁ ବଡ ଆଶା ଏମସି ମେରିକମ ଆକାରରେ ଗୁରୁବାର ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। 51 କିଲୋଗ୍ରାମ ଫ୍ଲାଏୱେଟ୍ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ କୋଲୋମ୍ବିଆର ଇନଗ୍ରିଟ୍ ଭାଲେନ୍ସିଆଙ୍କ ଠାରୁ 2-3 ରେ ପାରଜୟ ବରଣ କରିଛନ୍ତି 6 ଥର ବିଶ୍ୱ ଚାମ୍ପିଅନ୍ ମେରିକମ୍ ।

ଟୋକିଓ ଅଲିମ୍ପିକ୍ସରେ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେରିକମଙ୍କ ଯାତ୍ରା ମଧ୍ୟ ଏହା ସହିତ ସମାପ୍ତ ହେଲା । ଏହି ମ୍ୟାଚରେ ମେରିକମ ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଡରେ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ କୋଲୋମ୍ବିଆର ବକ୍ସରଙ୍କୁ ପରାସ୍ତ କରିବାରେ ବିଫଳ ହୋଇଥିଲେ।

ମେରିକମଙ୍କ ଏହି ମ୍ୟାଚ୍ କେବଳ ପରାଜୟ କାରଣରୁ ନୁହେଁ, ବରଂ ତାଙ୍କ ଜର୍ସି କାରଣରୁ ମଧ୍ୟ ଆଲୋଚନା ହେଉଛି । ବାସ୍ତବରେ ଭାରତୀୟ ଭେଟେରାନ ବିନା ନାମରେ ଜର୍ସି ପିନ୍ଧି ରିଙ୍ଗରେ ପ୍ରବେଶ କରିଥିଲେ । ସ୍ପୋର୍ଟସ୍ ଷ୍ଟାରର ଖବର ଅନୁଯାୟୀ, ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ମେରି କୋମଙ୍କୁ ଜର୍ସିରେ ତାଙ୍କ ନାମ ଲେଖା ଥିବାରୁ ଜର୍ସି ବଦଳାଇବାକୁ କୁହାଯାଇଥିଲା। ମାତ୍ର ଆୟୋଜକମାନେ କହିଛନ୍ତି ଯେ କେବଳ ପ୍ରଥମ ନାମ ସେଠାରେ ରହିବା ଉଚିତ୍। ଏହା ପରେ ତାଙ୍କୁ କିଛି ନ ଲେଖି ଜର୍ସି ଦିଆଗଲା । ଜର୍ସିରେ ଦେଶର ନାମ ମଧ୍ୟ ଲେଖାଯାଇ ନଥିଲା।













Click it and Unblock the Notifications