Get Updates
Get notified of breaking news, exclusive insights, and must-see stories!

ଟୋକିଓ ଅଲିମ୍ପିକ୍ସ : ହକି ଖେଳାଳିଙ୍କ ଉପରେ ଏବେ ଟଙ୍କାର ବର୍ଷା; ପଢନ୍ତୁ କେଉଁ ରାଜ୍ୟ ଦେଉଛି କେତେ ପୁରଷ୍କାର

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇଁ ଜର୍ମାନୀକୁ 5-4 ରେ ପରାସ୍ତ କରିଛି ପୁରୁଷ ହକି ଦଳ । ଏହା ପରେ ଖେଳାଳିମାନଙ୍କୁ ଚାରିଆଡୁ ଆସିଛି ଅଭିନନ୍ଦନ ବାର୍ତ୍ତା ।

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି । ଅଲିମ୍ପିକ୍ସରେ ସର୍ବାଧିକ 12 ଟି ପଦକ ଜିତିବାରେ ଭାରତୀୟ ପୁରୁଷ ହକି ଦଳ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ଦଳ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ 8 ଟି ସ୍ୱର୍ଣ୍ଣ ପଦକ ଜିତିଛି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇଁ ଜର୍ମାନୀକୁ 5-4 ରେ ପରାସ୍ତ କରିଛି ପୁରୁଷ ହକି ଦଳ । ଏହା ପରେ ଖେଳାଳିମାନଙ୍କୁ ଚାରିଆଡୁ ଆସିଛି ଅଭିନନ୍ଦନ ବାର୍ତ୍ତା । ସେପଟେ ପଞ୍ଜାବ ସରକାର ନିଜ ରାଜ୍ୟ ଖେଳାଳିଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡି ଘୋଷଣା କରିଛନ୍ତି ଯେ ହକିରେ 41 ବର୍ଷର ପଦକ ମରୁଡ଼ି ଶେଷ କରିଥିବା ପଞ୍ଜାବ ଖେଳାଳିଙ୍କୁ ସେ ବହୁ ପରିମାଣର ଅର୍ଥ ପ୍ରଦାନ କରିବେ । 1980 ରେ ହକିରେ ଭାରତ ଶେଷ ପଦକ ପାଇଥିଲା । ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ପୁରସ୍କାର ଭାବେ ପ୍ରତ୍ୟେକ ହକି ଖେଳାଳିଙ୍କୁ ଏକ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସ

ଗୁରୁମିତ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଭାରତୀୟ ହକିର ଏହି ଏୌତିହାସିକ ଦିନରେ ମୁଁ ପଞ୍ଜାବ ଖେଳାଳିଙ୍କୁ 1 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରି ଖୁସି ଅନୁଭବ କରୁଛି । ଆମେ ତୁମର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ । ଏଠାରେ ସୂଚନାଥାଉକି, ଭାରତୀ ପୁରୁଷ ହକି ଦଳରେ ପଞ୍ଜାବର 8 ଜଣ ଖେଳାଳି ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରିତ ସିଂ, ହରପ୍ରିତ ସିଂ, ରୂପିନ୍ଦର ପାଲ ସିଂ, ହାର୍ଦ୍ଧିକ ସିଂ, ଶମସେର୍ ସିଂ, ଦିଲପ୍ରିତ ସିଂ, ଗୁରୁଞ୍ଜତ ସିଂ ଓ ମନଦିପ ସିଂ ପ୍ରମୁଖ ଅଛନ୍ତି । ଏହାବାଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି ଯେ ଏହି ରାଜ୍ୟର ଦୁଇ ଖେଳାଳି ବିବେକ ସାଗର ପ୍ରସାଦ ଏବଂ ନୀଲକଣ୍ଠଙ୍କୁ ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନ ପାଇଁ ପ୍ରତ୍ୟେକଙ୍କୁ ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ଓଡ଼ିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ ଆସୋସିଏସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+