Get Updates
Get notified of breaking news, exclusive insights, and must-see stories!

ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲା ଓଡିଶା ଅଲମ୍ପିକ୍ ଅସୋସିଏସନ

ଟୋକିଓ ଅଲିମ୍ପିକ୍ସରେ ପଦକ ବିଜୟୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଆଥଲେଟଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ରୌପ୍ୟ ପଦକ ବିଜେତାଙ୍କ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେ

କଟକ: ରାଜ୍ୟ ସରକାରଙ୍କ ପରେ ଏବେ ଓଡିଶା ଅଲମ୍ପିକ୍ ଆସୋସିଏସନ । ଟୋକିଓ ଅଲିମ୍ପିକ୍ସରେ ପଦକ ବିଜୟୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଆଥଲେଟଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ରୌପ୍ୟ ପଦକ ବିଜେତାଙ୍କ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶିର ଘୋଷଣା କରାଯାଇଛି।

Odisha olympic association

ଅଲିମ୍ପିକ୍ସରେ ଓଡ଼ିଶାରୁ ୬ ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି । ପୁରୁଷ ହକି ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଏବଂ ମହିଳା ହକି ଟିମରେ ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଟୋକିଓ ଯାତ୍ରା କରିବେ। ସେହିପରି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉଭୟ ୧୦୦ ଓ ୨୦୦ ମିଟର୍ ପାଇଁ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛନ୍ତି। ଅନ୍ୟପକ୍ଷରେ ପାରାଅଲିମ୍ପିକ୍ସ ପାଇଁ ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ମଧ୍ୟ ଟୋକିଓ ଯିବେ।

ଏହା ପୂର୍ବରୁ ଓଡ଼ିଶା ସରକାର ଚଳିତ ମାସରେ ଓଡ଼ିଆ କ୍ରୀଡ଼ାବିତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ଟଙ୍କା ଦିଆଯିବ। ରୌପ୍ୟ ପଦକ ବିଜେତାଙ୍କୁ ୪ କୋଟି ଟଙ୍କା, ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାସହିତ ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+