For Quick Alerts
Turn On Notification  
For Daily Alerts
Oneindia App Download

ଟୋକିଓ ଅଲିମ୍ପିକ୍ସ: ଶକ୍ତିଶାଳୀ ଦେଶକୁ ପଛରେ ପକାଇ ପଦକ ବିଜୟୀଙ୍କୁ ସର୍ବାଧିକ ପ୍ରୋତ୍ସହନ ରାଶି ପ୍ରଦାନ କରୁଛି ଓଡିଶା

ଓଡିଶାର ଟୋକିଓ ଟିକେଟ୍ ହାତେଇଥିବା 5 ଖେଳାଳିଙ୍କ ପାଇଁ ପଦକ ବିଜୟୀ କ୍ଷେତ୍ରରେ ବିପୁଳ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ଓଡିଶା ସରକାର ।

|

ଭୁବନେଶ୍ବର: ଆରମ୍ଭ ହୋଇସାରିଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଯେଉଁଥିରେ ଭାରତର 127 ଖେଳାଳି ଭାଗ ନେଇଛନ୍ତି । ଓଡିଶାର ଟୋକିଓ ଟିକେଟ୍ ହାତେଇଛନ୍ତି 5 ଖେଳାଳି । ପୁରଷ ହକିରେ ଦୁଇ, ମହିଳା ହକିରେ ଦୁଇ ଓ ଆଥଲେଟିକ୍ସ ବର୍ଗରେ ଅଛନ୍ତି ଦୌଡରାଣୀ ଦୂତିଚାନ୍ଦ । ତେବେ ଏହି 5 ଖେଳାଳିଙ୍କ ପାଇଁ ପଦକ ବିଜୟୀ କ୍ଷେତ୍ରରେ ବିପୁଳ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ଓଡିଶା ସରକାର ।

Tokyo Olympics 2021

ସ୍ୱର୍ଣ୍ଣ ପଦକ ପାଇଁ ସର୍ବାଧିକ 6 କୋଟି, ରୌପ୍ୟ ପାଇଁ 4 କୋଟି ଓ କାଂସ୍ୟ ପଦକ ପାଇଁ 2.5 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ଅଲମ୍ପିକ୍ ଯୋଗ୍ୟତା ହାତେଇଥିବାରୁ ପ୍ରତି ଖେଳାଳିଙ୍କ ଅଭ୍ୟାସ ପାଇଁ 15 ଲକ୍ଷ୍ୟ ଟଙ୍କା ପ୍ରଦାନ କରିବେ ନବୀନ ସରକାର । ତେବେ କ୍ରୀଡାକୁ ଅଧିକ ପ୍ରୋତ୍ସାାହନ ଦେଉଥିବା ଓଡିଶା ସରକାରଙ୍କ ଭଳି ଅନ୍ୟ ଚାରି ରାଜ୍ୟ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଁ 6 କୋଟି ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହି 4 ରାଜ୍ୟ ହେଲେ ଉତ୍ତର ପ୍ରଦେଶ , ହରିୟାଣା, ଛତିଶଗଡ ଓ ଚଣ୍ଡିଗଡ । ମାତ୍ର ଏହି 5 ରାଜ୍ୟ ତୁଳନାରେ କେନ୍ଦ୍ର ସରକାର ଖୁବ କମ୍ ପ୍ରତ୍ସାହନ ରାଶି ଘୋଷଣା କରିଛନ୍ତି । ସ୍ୱର୍ଣ୍ଣ ପାଇଁ ସର୍ବାଧିକ 75 ଲକ୍ଷ, ରୌପ୍ୟ ପାଇଁ 50 ଓ କାଂସ୍ୟ ପାଇଁ 30 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Tokyo Olympics

ତେବେ ରାଜ୍ୟ ଓ କେନ୍ଦ୍ରର ପ୍ରତ୍ସାହନ ରାଶିକୁ ମିଶାଇଲେ ଭାରତୀୟ ଖେଳାଳିମାନେ ଅନ୍ୟ ସମସ୍ତ ଦେଶ ତୁଳନାରେ ଚଳିତ ଥର ସର୍ବାଧିକ ପ୍ରୋତ୍ସାହନ ରାଶି ପାଇବାକୁ ଯାଉଛନ୍ତି । ଜାପାନ, ଫ୍ରାନ୍ସ, ଜର୍ମାନୀ, କାନାଡା ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦେଶମାନେ ମଧ୍ୟ ଏତେ ପରିମାଣର ପ୍ରୋତ୍ସାହନ ରାଶି ସେମାନଙ୍କ ଖେଳାଳିମାନଙ୍କୁ ଦେଉ ନାହାଁନ୍ତି ।

Tokyo Olympics

ମିଳିଥିବା ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ପଦକ ବିଜୟୀ ଖେଳାଳିଙ୍କ ପାଇଁ ସର୍ବାଧିକ 34 ଲକ୍ଷ ଟଙ୍କା ପ୍ରଦାନ କରୁଛି । ସେହିପରି ଆୟୋଜକ ଜାପନ ସର୍ବାଧିକ 45 ଲକ୍ଷ, ଫ୍ରାନ୍ସ 48 ଲକ୍ଷ ପ୍ରଦାନ କରୁଥିବା ବେଳେ ବ୍ରିଟେନ ନିଜ ଖେଳାଳିଙ୍କ ପାଇଁ କୌଣସି ବି ପ୍ରୋତ୍ସାହନ ରାଶି ଘୋଷଣା କରିନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tokyo Olympics: Odisha offers highest cash award to medal winners like 4 other states
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X