ଟୋକିଓ ଅଲିମ୍ପିକ୍ସ : ସାରା ଦେଶର ରହିଛି ନଜର, ଜାଣନ୍ତୁ କେବେ ଟ୍ରାକକୁ ଓହ୍ଲାଉଛନ୍ତି ଦୂତି
ଜାତୀୟ ରେକର୍ଡଧାରୀ ଦୂତି ଜୁଲାଇ 30 ସକାଳ ସାଢେ 8ଟାରେ ମହିଳା 100 ମିଟର ଦୌଡ଼ର ପ୍ରଥମ ରାଉଣ୍ଡରେ ଟ୍ରାକକୁ ଓହ୍ଲାଇବେ
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସର ଟିକେଟ୍ ପାଇବା ପରଠାରୁ ଦୂତି ଚାନ୍ଦଙ୍କ ଉପରେ ରହିଛି ସାରା ଦେଶର ନଜର । ଦେଶର ଏହି ଦ୍ରୁତତମା ଧାବିକାଙ୍କୁ ନେଇ ସମସ୍ତଙ୍କର ରହିଛି ଭରସା ଓ ବିଶ୍ୱାସ । ଜୁଲାଇ 23ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ସମସ୍ତ କ୍ରୀଡାର ଖେଳସୂଚୀ ପ୍ରକାଶ ପାଇଛି । ଜାତୀୟ ରେକର୍ଡଧାରୀ ଦୂତି ଜୁଲାଇ 30 ସକାଳ ସାଢେ 8ଟାରେ ମହିଳା 100 ମିଟର ଦୌଡ଼ର ପ୍ରଥମ ରାଉଣ୍ଡରେ ଟ୍ରାକକୁ ଓହ୍ଲାଇବେ । ଯଦି ଏହି ଇଭେଣ୍ଟର ସେମିଫାଇନାଲ ପାଇଁ ଦୂତି ଯୋଗ୍ୟତା ଅର୍ଜନ କରନ୍ତି, ତେବେ ଜୁଲାଇ 31ରେ ପ୍ରତିଯୋଗିତାରେ ଭାଗନେବେ ।

ସେହିଦିନ ସନ୍ଧ୍ୟା 6.20ରେ ମହିଳା 100 ମିଟର ଦୌଡ଼ର ଫାଇନାଲ ହେବ । ଦୂତି ମହିଳା 200 ମିଟର ଦୌଡ଼ରେ ମଧ୍ୟ ଭାବନେବେ । ଅଗଷ୍ଟ 2ରେ ସକାଳ 7.30ରେ ଦୂତି ଏକାର ପ୍ରଥମ ରାଉଣ୍ଡରେ ଭାଗନେବେ । ଅଗଷ୍ଟ ସକାଳେ ମହିଳା 200 ମିଟର ଦୌଡ଼ର ସେମିଫାଇନାଲ ଏବଂ ସନ୍ଧ୍ୟା 6.20ରେ ଫାଇନାଲ ରେସ୍ ଅନୁଷ୍ଠିତ ହେବ ।
ଅପରପକ୍ଷରେ ଭାରତର ଶ୍ରେଷ୍ଠ ପଦକ ଆଶା ନୀରଜ ଚୋପ୍ରା ଓ ଶିବପାଲ ସିଂହ ସକାଳ 5.35ରେ ଜାଭଲିନ୍ ଥ୍ରୋର ଯୋଗ୍ୟତା ରାଉଣ୍ଡରେ ଓହ୍ଲାଇବେ । ଅଗଷ୍ଟ 7 ଅପରାହ୍ନ ସାଢେ 4ଟା ପୁରୁଷ ଜାଭେଲିନ୍ ଥ୍ରୋର ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ । ଜୁଲାଇ 31 ସକାଳ ଛଅଟାରୁ ମହିଳା ଡିସକସ୍ ର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ ।












Click it and Unblock the Notifications