ଟୋକିଓ ଅଲିମ୍ପିକ୍ସ: ଆଜି ଉଦଯାପନୀ ସମାରୋହ, ଏହି ଖେଳାଳିଙ୍କ ହାତରେ ରହିବ ତ୍ରିରଙ୍ଗା
ଟୋକିଓ ଅଲିମ୍ପିକ୍ସର ଯାତ୍ରା ଭାରତ ପାଇଁ ବହୁତ ଭଲ ଥିଲା । କିନ୍ତୁ ବର୍ତ୍ତମାନ ଏହାର ଉଦଯାପନୀ ସମାରୋହ କିଛି ଘଣ୍ଟା ପରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ 4:30 ରୁ ଆରମ୍ଭ ହେବ ଏହି ସମାରୋହ ।
ଟୋକିଓ: ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍ଯାପନୀ ସମାରୋହ । ଟୋକିଓ ଅଲିମ୍ପିକ୍ସର ଯାତ୍ରା ଭାରତ ପାଇଁ ବହୁତ ଭଲ ଥିଲା । ତେବେ ଏହି କ୍ରୀଡା ମହାକୁମ୍ଭରେ 7 ଟି ପଦକ (ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ) ସହ ଯାତ୍ରା ଶେଷ କରିଛି ଭାରତୀୟ ଦଳ । ଉଦଯାପନୀ ସମାରୋହ କିଛି ଘଣ୍ଟା ପରେ ଅନୁଷ୍ଠିତ ହେବ । ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ବହୁ ଭାରତୀୟ ଖେଳାଳି ଏଥିରେ ଅଂଶଗ୍ରହଣ କରିପାରିବେ, ମାତ୍ର ଏଥିରେ କେବଳ 10 ଜଣ ଅଧିକାରୀ ଯୋଗଦେବେ ।

ଭାରତୀୟ ଖେଳାଳିଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିବ
ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିମାନେ ପାରମ୍ପାରିକ ପୋଷାକ ପିନ୍ଧିଥିବାବେଳେ ଉଦଯାପନୀ ସମାରୋହରେ ସେମାନେ ଟ୍ରାକ୍ ସୁଟ୍ ପିନ୍ଧିଥିବାର ନଜର ଆସିବେ | ଭାରତୀୟ ସମୟ ଅପରାହ୍ନ 4:30 ରୁ ଆରମ୍ଭ ହେଉଥିବା ଏହି ସମାରୋହରେ ହକି ଏବଂ କୁସ୍ତିରୁ ଅଧିକାଂଶ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ବଜରଙ୍ଗ ପୁନିଆଙ୍କ ହାତରେ ରହିବ ତ୍ରିରଙ୍ଗା
ବ୍ରୋଞ୍ଜ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସର ସମାରୋହରେ ଭାରତୀୟ କଣ୍ଟିଜେଣ୍ଟ୍ର ନେତୃତ୍ୱ ନେବେ। ତାଙ୍କ ହାତରେ ତ୍ରିରଙ୍ଗା ପତାକା ରହିବ। ସୂଚନାଯୋଗ୍ୟ ଯେ ଉଦଘାଟନୀ ସମାରୋହରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଏବଂ ବକ୍ସର ଏମସି ମେରି କୋମ ଭାରତର ପତାକା ଉତ୍ତୋଳନ କରିଥିଲେ।
ଭବିଷ୍ୟତରେ ନୀରଜ ଚୋପ୍ରାଙ୍କୁ ମିଳିବ ସୁଯୋଗ
ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ପ୍ରୋଟୋକଲ୍ ଅନୁଯାୟୀ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏସିଆନ୍ ଗେମ୍ସ ଏବଂ କମନୱେଲଥ ଗେମ୍ସ ସମେତ ଭବିଷ୍ୟତର କ୍ରୀଡା ଇଭେଣ୍ଟରେ ଦେଶର ପତାକା ଉତ୍ତୋଳନକାରୀ ହେବେ।












Click it and Unblock the Notifications