ଟୋକିଓ ଅଲିମ୍ପିକ୍ସ: ଫାଇନାଲରେ ମଉଳିଲା ପଦକ ଆଶା, ଷଷ୍ଠ ସ୍ଥାନରେ ରହିଲେ କମଲପ୍ରୀତ

ମହିଳା ଡିସ୍କସ୍ ଥ୍ରୋରେ ଭାରତର ଏକମାତ୍ର ଆଥଲେଟ୍ସ କମଲପ୍ରୀତ କୌର ପଦକ ଜିତିବାରେ ବିଫଳ ହୋଇଛନ୍ତି । ସେ 5 ରାଉଣ୍ଡ ମ୍ୟାଚରେ କେବଳ ଷଷ୍ଠ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଆଉ ଏକ ପଦକ ଆଶା ନଷ୍ଟ ହୋଇଯାଇଛି। ମହିଳା ଡିସ୍କସ୍ ଥ୍ରୋରେ ଭାରତର ଏକମାତ୍ର ଆଥଲେଟ୍ସ କମଲପ୍ରୀତ କୌର ପଦକ ଜିତିବାରେ ବିଫଳ ହୋଇଛନ୍ତି । ସେ 5 ରାଉଣ୍ଡ ମ୍ୟାଚରେ କେବଳ ଷଷ୍ଠ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

Kamalpreet Kaur

ଜର୍ମାନୀର ଭିଟା କ୍ଲାଉଡିନ୍ 61.80 ମିଟର ଥ୍ରୋ କର ଭାରତର କମଲପ୍ରୀତ କୌରଙ୍କୁ 9ମ ସ୍ଥାନକୁ ଠେଲି ଦେଇଥିଲେ । ଫଳରେ ଶୀର୍ଷ 8 ଭିତରେ ଶେଷ କରିବାକୁ କୌରଙ୍କ ଥ୍ରୋ କରିବା ଥିଲା । ପ୍ରଥମ ପ୍ରୟାସରେ କୌର 61.62 ମିଟର ଥ୍ରୋ କରିଥିଲେ । କିନ୍ତୁ ପୂର୍ବତନ ଚାମ୍ପିଅନ୍ ତଥା ଆମେରିକୀୟ ସୁପରଷ୍ଟାର ଭାଲେରି ଓଲମାନ ପ୍ରଥମ ଚେଷ୍ଟାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଏହି ଆଥଲେଟ୍ 68.98 ମିଟର ଥ୍ରୋ କରିଥିଲେ । କ୍ୟୁବା ପାଇଁ ୟାମି ପେରେଜ 65.72 ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜର୍ମାନୀର କ୍ରିଷ୍ଟିନ ପୁଡେନ୍ସ (63.07 ମିଟର) ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଦ୍ୱିତୀୟ ରାଉଣ୍ଡରେ କୌରଙ୍କ ଥ୍ରୋ ଏକ ଫାଉଲରେ ଶେଷ ହୋଇଥିଲା। କିନ୍ତୁ ତୃତୀୟ ପ୍ରୟାସରେ କୌର ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ। 63.6 ମିଟର ଫିଙ୍ଗିଥିବା କୌର ଷଷ୍ଠ ସ୍ଥାନକୁ ଯାଇଥିଲେ। କିନ୍ତୁ ଚତୁର୍ଥ ରାଉଣ୍ଡରେ କୌର ହାରିଗଲେ। ଥ୍ରୋ ଏକ ଦୁସ୍ୱପ୍ନରେ ପରିଣତ ହେଲା । କାରଣ ଶେଷ ଥ୍ରୋ ବି ଫାଉଲ ହୋଇଗଲା । ଶେଷରେ ଅନ୍ତିମ ପ୍ରୟାସରେ ସେ ଶ୍ରେଷ୍ଠ 63.70 ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ରହିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+