Get Updates
Get notified of breaking news, exclusive insights, and must-see stories!

ଟୋକିଓ ତ୍ରିରଙ୍ଗା ଉଡାଇ ସ୍ବଦେଶ ଫେରିଲା ଟିମ ଇଣ୍ଡିଆ, ବ୍ୟାଣ୍ଡ-ବାଜା ସହ ସ୍ୱାଗତ

ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳିଙ୍କୁ ହଜାର ହଜାର ପ୍ରଶଂସକ ସ୍ୱାଗତ କରିଥିଲେ। ଭାରତୀୟ କଣ୍ଟିଜେଣ୍ଟ ଅପରାହ୍ନରେ ଦିଲ୍ଲୀରେ ଅବତରଣ କରି ଅଶୋକା ହୋଟେଲକୁ ନିଆଯାଇଛି ।

ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ବର୍ତ୍ତମାନ ଟୋକିଓରୁ ଅଲିମ୍ପିକ୍ସ ଯାତ୍ରା ଶେଷ କରି ଭାରତରେ ପହଞ୍ଚିଛନ୍ତି । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳିଙ୍କୁ ହଜାର ହଜାର ପ୍ରଶଂସକ ସ୍ୱାଗତ କରିଥିଲେ। ଭାରତୀୟ କଣ୍ଟିଜେଣ୍ଟ ଅପରାହ୍ନରେ ଦିଲ୍ଲୀରେ ଅବତରଣ କରି ଅଶୋକା ହୋଟେଲକୁ ନିଆଯାଇଛି । ଯେଉଁଠାରେ ଆଥଲେଟ୍ସ ଏବଂ ପଦକ ବିଜେତାମାନଙ୍କୁ ସମ୍ମାନିତ କରାଯିବ। ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଥିବା ନୀରଜ ଚୋପ୍ରାଙ୍କୁ ଭେଟିବାକୁ ଲୋକମାନେ ଆଗ୍ରହୀ ଥିଲେ।

tokyo olympics 2021

ଏୟାରପୋର୍ଟରେ ଖେଳାଳିଙ୍କ ସ୍ୱାଗତ ପାଇଁ ଶତାଧିକ ଲୋକେ ବାଜା ସାଙ୍ଗକୁ ହାତରେ ତ୍ରିରଙ୍ଗା ଧରି ଛିଡ଼ା ହୋଇ ରହିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଟିକିଏ ଝଲକ ପାଇବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନୀରଜ ଚୋପ୍ରାଙ୍କୁ ଫୁଲତୋଡ଼ା, ଫୁଲହାର ଓ ତାଙ୍କ ସହ ସେଲଫି ନେବା ପାଇଁ ଲୋକେ ପାଗଳ ହୋଇଯାଇଥିଲେ।

ନୀରଜ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, ଘରକୁ ଫେରିବା ମୋତେ ବହୁତ ଖୁସି ଲାଗୁଛି । ମୁଁ ଏହା ଆଶା କରିଥିଲି। ନୀରଜ ଚୋପ୍ରାଙ୍କ ପିତାମାତା ତାଙ୍କୁ ସ୍ବାଗତ କରିବା ପାଇଁ ସୋମବାର ସକାଳେ ଦିଲ୍ଲୀ ପହଞ୍ଚିଥିଲେ। ପୁଅକୁ ସ୍ୱାଗତ କରିବା ପାଇଁ ସେ ବିମାନବନ୍ଦରରେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବ୍ରୋଞ୍ଜ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ମଧ୍ୟ ବ୍ୟାଣ୍ଡ ବାଜା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଷ୍ଟାର ଖେଳାଳିଙ୍କ ସହ ଫଟୋଗ୍ରାଫ୍ ପାଇଁ ବହୁ ସଂଖ୍ୟାରେ ଖେଳାଳି ଭିଡ଼ ଜମାଇଲେ । ପୁନିଆଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ସମର୍ଥକ ଏବଂ ପରିବାର ବିମାନବନ୍ଦରରେ ଏକାଠି ହୋଇଥିଲେ। ଏହା ପୂର୍ବରୁ ଅନ୍ୟ ଅନେକ ପଦକ ବିଜେତା ଏବଂ ଭାରତୀୟ ଆଥଲେଟ୍ସମାନେ ଘରକୁ ଫେରି ସାରିଥିଲେ । ମିରାବାଇ ଚାନୁ, ପିଭି ସିନ୍ଧୁ, ରବି ଡାହିଆ ଏବଂ ଲୋଭଲିନା ବାର୍ଗୋହେନ୍ ଅନ୍ୟ ଖେଳାଳି ଘରକୁ ଫେରି ସାରିଛନ୍ତି।

ରୌପ୍ୟ ପଦକ ବିଜେତା ରବି ଦାହିଆଙ୍କ ପରିବାର ମଧ୍ୟ ପୁଅକୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଥିଲେ। ରବି ଦାହିଆଙ୍କ ବାପା କହିଛନ୍ତି ଯେ ଆମ ଗାଁ ବହୁତ ଖୁସି। ଏହା ସେମାନଙ୍କ ପାଇଁ ଏକ ଅଦ୍ଭୁତ ମୁହୂର୍ତ୍ତ ।

ଭାରତ ଏଥର 7 ଟି ପଦକ ଜିତିଛି, ଯାହା ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରିଛି | ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ 4 ଟି ବ୍ରୋଞ୍ଜ ପଦକ ଆସିଛି । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ମିରବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ। ରେସଲର ରବି ଦାହିଆ ମଧ୍ୟ ରୌପ୍ୟ ପଦକ ଜିତିଥିବାବେଳେ ଲୋଭଲିନା, ପିଭି ସିନ୍ଧୁ, ପୁରୁଷ ହକି ଦଳ ଏବଂ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+