Get Updates
Get notified of breaking news, exclusive insights, and must-see stories!

200 ମିଟର ରେସର ଶେଷରେ ରହି ଟୋକିଓ ଯାତ୍ରା ଶେଷ କଲେ ଦୂତୀ

ମହିଳା ଆଥଲେଟ୍ ଦୂତୀ ଚାନ୍ଦ ମହିଳା 200 ମିଟର ରାଉଣ୍ଡ ହିଟ-1 ଇଭେଣ୍ଟରେ 23.85 ସେକେଣ୍ଡରେ ରେସକୁ ଶେଷ କରିବା ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ସେ ସପ୍ତମ ସ୍ଥାନ ହାସଲ କରିଥିଲେ ଏବଂ ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପ

ଟୋକିଓ: ମହିଳା ଆଥଲେଟ୍ ଦୂତୀ ଚାନ୍ଦ ମହିଳା 200 ମିଟର ରାଉଣ୍ଡ ହିଟ-1 ଇଭେଣ୍ଟରେ 23.85 ସେକେଣ୍ଡରେ ରେସକୁ ଶେଷ କରିବା ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ସେ ସପ୍ତମ ସ୍ଥାନ ହାସଲ କରିଥିଲେ ଏବଂ ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ।

Dutee Chand

ଏହାପୂର୍ବରୁ 100 ମିଟରରେ ମଧ୍ୟ ଦୂତୀ ଚାନ୍ଦ ସପ୍ତମ ସ୍ଥାନ ହାସଲ କରି ସେମିଫାଇନାଲ ଯୋଗ୍ୟତା ହାସଲ କରିପାରି ନଥିଲେ। 100 ମିଟରରେ, ସେମିଫାଇନାଲ 11.54 ସେକେଣ୍ଡରେ ସମାପ୍ତ କରିଥିଲେ । ତେବେ ପଦକ ଦୌଡ଼ରୁ ଦୂତୀ ବାଦ୍ ପଦିବା ପରେ ଏବେ
ଭାରତର ଆଶା କମଲପ୍ରୀତ କୌରଙ୍କ ଉପରେ ରହିଛି। ସେ 64 ମିଟର ଡିସକ୍ସ ଥ୍ରୋ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ତେବେ ଆଜି ଅପରାହ୍ନ 4.30ରେ ସମଗ୍ର ଦେଶବାସୀଙ୍କ ନଜର କମଲପ୍ରୀତ କୌରଙ୍କ ଉପରେ ରହିବ ।

200 ମିଟର ସ୍ପ୍ରିଣ୍ଟରେ ଦୂତୀ ଚାନ୍ଦ ପଦକ ଦୌଡ଼ରୁ ବାଦ ପଡିଥିଲେ, ସେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ 23.85 ସେକେଣ୍ଡ ଶେଷ କରିଥିଲେ ମଧ୍ୟ ଏହା ସତ୍ତ୍ୱେ ସେ କ୍ୱାଲିଫାଏ କରି ପାରି ନଥିଲେ । ସେ ନାମିବିଆର ରେକର୍ଡ ଭାଙ୍ଗି 200 ମିଟର ଦୌଡ଼କୁ ଶେଷ କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ । ମାତ୍ର 22.11 ସେକେଣ୍ଡରେ ଦୌଡ଼କୁ ସମାପ୍ତ କରିଥିଲେ। ଆମେରିକାର ଗାବ୍ରିଏଲ୍ ଥୋମାସ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସେ 22.20 ସେକେଣ୍ଡରେ ଦୌଡ଼କୁ ସମାପ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+