ଭିଡିଓ କଲରେ ନବୀନଙ୍କ ସହ କଥା ହେଲେ, ଅଡିଓ କଲରେ ମୋଦିଙ୍କ ପାଖରେ କାନ୍ଦି ପକାଇଲେ ଭାରତୀୟ ମହିଳା ହକି ଖେଳାଳି
ଦଳର ପ୍ରଦର୍ଶନକୁ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଉଭୟ ମ୍ୟାଚ ପରେ ମହିଳା ଦଳର ଖେଳାଳିମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।
ଭୁବନେଶ୍ବର: ଶୁକ୍ରବାର (ଆଜି) ଟୋକିଓ ଅଲମ୍ପିକ୍ସର ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ ସହ ଲଢେଇ କରି ପରାଜିତ ହୋଇଛି ଭାରତୀୟ ମହିଳା ହକି ଦଳ । ତେବେ ଦଳର ପ୍ରଦର୍ଶନକୁ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଉଭୟ ମ୍ୟାଚ ପରେ ମହିଳା ଦଳର ଖେଳାଳିମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

ତେବେ ଭିଡିଓ କଲେ ଯୋଗେ ଖେଳାଳିମାନଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍ ବ୍ରିଟେନ୍ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି ।
Spoke to the stars of Indian Women #Hockey Team and congratulated them for their exemplary performance in #Tokyo2020. They may have lost the match, but they have won over a billion hearts. May the team continue to inspire and set the path for a golden future. #Cheer4India pic.twitter.com/7GshNwZWNm
— Naveen Patnaik (@Naveen_Odisha) August 6, 2021
ଅନ୍ୟପଟେ ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇ ଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।
After the Bronze Medal match, Hon'ble Prime Minister Shri @narendramodi Ji spoke to the Indian Women's Hockey Team.
Thank you for your encouragement. 🙏#HaiTayyar #IndiaKaGame #Tokyo2020 #TeamIndia #TokyoTogether #StrongerTogether #HockeyInvites #WeAreTeamIndia #Hockey pic.twitter.com/UY5w7xGmHi
— Hockey India (@TheHockeyIndia) August 6, 2021
ସୂଚନାଯୋଗ୍ୟ, ଭାରତୀୟ ହକି ଦଳର ପରାଜୟ ପରେ ମଧ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହିତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ଅଲିମ୍ପିକ୍ସ ଖେଳରେ ଭାରତୀୟ ଖେଳାଳି ଦମଦାର ପ୍ରୟାସରେ ସମସ୍ତଙ୍କୁ ଅଭିଭୂତ କରିଛନ୍ତି। ବିଶେଷ କରି ହକିରେ ଆମର ପୁରୁଷ-ମହିଳା ଯେଉଁ ଇଚ୍ଛାଶକ୍ତି ଦେଖାଇଛନ୍ତି, ବିଜୟ ପ୍ରତି ଯେଉଁ ଆତ୍ମ ବିଶ୍ଵାସ ଦେଖାଇଛନ୍ତି, ଆଗାମୀ ପିଢି ପାଇଁ ବହୁତ ବଡ ପ୍ରେରଣା ପାଲଟିବ।












Click it and Unblock the Notifications