ଟୋକିଓ ଅଲିମ୍ପିକ୍ସ: ଦର୍ଶକଙ୍କୁ ବାରଣ ଥିବାବେଳେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପଶିଲା ଭାଲୁ

ଟୋକିଓ ଅଲିମ୍ପିକ୍ସରେ କରୋନା କାରଣରୁ ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ବୁଧବାର ଦିନ ଜଣେ ଏସୀୟ ଭାଲୁ ଷ୍ଟାଡିୟମରେ ପହଞ୍ଚିଥିଲା।

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା କାରଣରୁ ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ବୁଧବାର ଦିନ ଜଣେ ଏସୀୟ ଭାଲୁ ଷ୍ଟାଡିୟମରେ ପହଞ୍ଚିଥିଲା। ବୁଧବାର ଜାପାନ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଏକ ସଫ୍ଟବଲ୍ ମ୍ୟାଚ୍ ହେବାର କିଛି ଘଣ୍ଟା ପୂର୍ବରୁ ଫୁକୁସିମା ଆଜୁମା ବେସବଲ୍ ଷ୍ଟାଡିୟମରେ ଏହି ଭାଲୁ ଦେଖିବାକୁ ମିଳିଥିଲା ।

Bear

ସମଗ୍ର ବିଶ୍ୱରେ ପ୍ରଶଂସକମାନେ ଏହି ବିଷୟକୁ ଥଟ୍ଟା ଭାବରେ ଗ୍ରହଣ କରୁଥିଲେ । କିନ୍ତୁ ଏହିପରି ଭାବରେ ଭାଲୁ ଷ୍ଟାଡିୟମରେ ପ୍ରବେଶ ଆୟୋଜକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଟୋକିଓର ମୁଖ୍ୟ ଅଲିମ୍ପିକ୍ ସ୍ଥାନଠାରୁ ଫୁକୁଶିମା 150 କିଲୋମିଟର ଉତ୍ତରରେ ଅବସ୍ଥିତ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଷ୍ଟାଡିୟମରେ ଦେଖାଯାଇଥିବା ଭାଲୁ ଜଣେ ଏସୀୟ କଳା ଭାଲୁ ଥିଲା।

ତେବେ ଆୟୋଜକମାନେ ନିଶ୍ଚିତ କରିଛନ୍ତି ଏହି ପୁନର୍ବାର ଘଟିବ ନାହିଁ । କାରଣ ଏମିତି ଘଟିଲେ ସୁରକ୍ଷା କାରଣରୁ ଖେଳାଳିମାନେ ମ୍ୟାଚ୍ ଖେଳିବାକୁ ମନା କରିପାରନ୍ତି । ଯଦି ଟୋକିଓରେ ଦର୍ଶକଙ୍କୁ ଅନୁମତି ଦିଆଯାଏ ଏବଂ ଭାଲୁ ଷ୍ଟାଡିୟମରେ ପ୍ରବେଶ କରିଥାନ୍ତେ, ତେବେ ଆୟୋଜକମାନଙ୍କ ପାଇଁ ଏହା ଅଧିକ ଅସୁବିଧା ହୋଇଥାନ୍ତା ।

କରୋନା ଭାଇରସ୍ କାରଣରୁ ଦର୍ଶକଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି । କିନ୍ତୁ ଷ୍ଟାଡିୟମରେ ଭାଲୁଙ୍କ ପ୍ରବେଶ ଆୟୋଜକ ଦଳ ପାଇଁ ଶୁଭ ବୋଲି ପ୍ରମାଣିତ ହୋଇଥିଲା। ଖେଳର ଏହି ମହାକୁମ୍ଭ ଜାପାନର ବିଜୟ ସହିତ ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚରେ ଆୟୋଜକ ଜାପାନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ମହିଳା ସଫ୍ଟବଲର ପ୍ରଥମ ମ୍ୟାଚରେ ଜାପାନ ଅଷ୍ଟ୍ରେଲିଆକୁ 8-1ରେ ପରାସ୍ତ କରିଛି।

ସୂଚନାଥାଉ କି, ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଜୁଲାଇ 23 ତାରିଖ ଅପରାହ୍ନ 4:30ରେ ଜାପାନ ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେବ । ଏହି ଉଦଘାଟନୀ ଉତ୍ସବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 950 ଜଣଙ୍କୁ ସାମିଲ ହେବା ପାଇଁ ଜାପାନ ସରକାର ଅନୁମତି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+