Get Updates
Get notified of breaking news, exclusive insights, and must-see stories!

ଦୁଇ ଓଡିଆ ହକି ତାରକାଙ୍କୁ ଟୋକିଓ ଟିକେଟ୍

16 ଜଣିଆ ଦଳରେ ସାମିଲ ରହିଛନ୍ତି ଦୁଇ ଓଡିଆ ଖେଳାଳି । ଏହି ଦୁଇ ଓଡ଼ିଆ ହକି ତାରକା ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।

ଭୁବନେଶ୍ବର: ମହିଳା ପରେ ଆଜି ଘୋଷଣା ହୋଇଛି ପୁରୁଷ ଦଳ । ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରି ହକି ଇଣ୍ଡିଆ । 16 ଜଣିଆ ଦଳରେ ସାମିଲ ରହିଛନ୍ତି ଦୁଇ ଓଡିଆ ଖେଳାଳି । ଏହି ଦୁଇ ଓଡ଼ିଆ ହକି ତାରକା ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।

Hockey India

ତେବେ ମହିଳା ଦଳ ପରି ମଧ୍ୟ ପୁରୁଷ ଦଳରେ ଅନେକ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । 16 ଜଣିଆ ଦଳରେ 10 ଜଣ ଅଲମ୍ପିକ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିଭଳି ଦଳର ଭାର ଅଧିନାୟକ ମନପ୍ରୀତ୍ ସିଂଙ୍କ କାନ୍ଧରେ ରହିଛି । ଗୋଲ ରକ୍ଷକ ଭାବେ ଅଭିଜ୍ଞ ପିଆର ଶ୍ରୀଜେସଙ୍କୁ ସ୍ଥାନ ମିଳିଛି । ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ହକି କ୍ୟାମ୍ପରୁ ଏହି ଦଳ ଚୟନ କରାଯାଇଛି ।

ସୂଚନାଥାଉ କି, ଆଣ୍ଠୁରେ ବଡ ଆଘାତ ହେତୁ 2016 ରେ ପୂର୍ବ ଅଲିମ୍ପିକ୍ସ ଟିକେଟ ହରାଇବା ପରେ ବିରେନ୍ଦ୍ର ଲାକ୍ରା ଟୋକିଓ 2020 ପାଇଁ ଦଳର ଅଂଶ ହେବା ପାଇଁ ପୁଣି ଥରେ ସୁଯୋଗ ପାଇଛନ୍ତି। ଏଥିସହ ଅମିତ ରୋହିଦାସ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ନିଲକାନ୍ତ ଶର୍ମା, ସୁମିତ ଦଳରେ ରହିଛନ୍ତି । ସେହିପରି ଡେବ୍ୟୁାଣ୍ଟ ଫରୱାର୍ଡ ଭାବେ ଶ୍ୟାମଶର ସିଂ, ଦିଲପ୍ରୀତ ସିଂ, ଗୁରୁଜନ୍ତ ସିଂ ଏବଂ ଲଲିତ କୁମାର ଉପାଧ୍ୟାୟ ଅଲମ୍ପିକ୍ସରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Hockey India

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସମୃଦ୍ଧ ଇତିହାସ ରହିଛି। ଦଳ 11 ଟି ଅଲିମ୍ପିକ୍ ପଦକ ଜିତିଛି ଯେଉଁଥିରେ 8 ଟି ସ୍ୱର୍ଣ୍ଣ, 1 ଟି ସିଲଭର ଏବଂ 2 ଟି ବ୍ରୋଞ୍ଜ ପଦକ ରହିଛି | ପ୍ରକାଶ ଥାଉକି, ଭାରତୀୟ ଦଳ ଗତଥର ଏକ ଅଲିମ୍ପିକ୍ ପଦକ ଜିତିବାର 41 ବର୍ଷ ବିତିଗଲାଣି । ତେଣୁ ବର୍ତ୍ତମାନର ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ଇତିହାସର ଭାରତର ପରାଜୟ ଧାର ଭାଙ୍ଗିବାକୁ ସଂକଳ୍ପବଦ୍ଧ ରହିଛି । ତେବେ ଏହି ଦଳ ଗତ କିଛି ବର୍ଷ ମଧ୍ୟରେ 2016 ଏବଂ 2018 ଏସିଆନ ଚାମ୍ପିଅନ୍ସ ଟ୍ରଫି, 2017 ଏସିଆ କପ୍ ଗୋଲ୍ଡ ଏବଂ 2019 ବିଶ୍ୱ ସିରିଜ୍ ଜିତି ସାରିଛି ।

ଅଲିମ୍ପିକ୍ସ ପ୍ରସ୍ତୁତିର ଏକ ଅଂଶ ଭାବରେ ପୁରୁଷ ଦଳ ୟୁରୋପ ଏବଂ ଆର୍ଜେଣ୍ଟିନା ଯାତ୍ରା କରିଥିଲେ । ସେଠାରେ ଜର୍ମାନୀ, ଗ୍ରେଟ ବ୍ରିଟେନ ଏବଂ ଅଲିମ୍ପିକ୍ ଚାମ୍ପିଅନ୍ସ ଆର୍ଜେଣ୍ଟିନା ଭଳି ଦଳ ବିରୁଦ୍ଧରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ବିଶ୍ବ ମାନ୍ୟତାର 4 ନମ୍ବରେ ଥିବା ଭାରତୀୟ ଦଳ ଅଲମ୍ପିକ ଯୋଗ୍ୟତା ହାସଲ କରିଛି । ଭାରତୀୟ ଦଳ ମଧ୍ୟ FIH ପ୍ରୋ ଲିଗ୍ ପରି ଉଚ୍ଚ ସ୍ତରୀୟ ପ୍ରତିଯୋଗିତାକୁ ଫେରିବାର ସୁଯୋଗ ପାଇଲା, ଯେଉଁଠାରେ ସେମାନେ ଉଭୟ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ପରାସ୍ତ କରି ଅଲିମ୍ପିକ୍ସ ଟିକେଟ ସ୍ଥିର କରିଥିଲେ ।

ଅଲିମ୍ପିକ୍ ଚାମ୍ପିଅନ୍ସ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ୍ ଏବଂ ଆୟୋଜକ ଜାପାନ ସହିତ ପୁଲ୍ ଏ ରେ ଭାରତୀୟ ପୁରୁଷ ଦଳ ଗ୍ରୁପ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ 23 ଜୁଲାଇରୁ 5 ଅଗଷ୍ଟ ମଧ୍ୟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଛି ।


ଭାରତୀୟ ଦଳ

  • ଗୋଲ କିପର- ପିଆର ଶ୍ରୀଜେସ ।
  • ଫରୱାର୍ଡ- ହରମନପ୍ରୀତ ସିଂ, ରୁପିନ୍ଦ୍ର ପାଲ୍ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ।
  • ମିଡଫିଲ୍ଡର୍ସ- ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନିଶିକାନ୍ତ ଶର୍ମା, ସୁମିତ ।
  • ଫରୱାର୍ଡ- ସମସେର ସିଂ, ଦୀଲପ୍ରିତ ସିଂ, ଗୁରଜନ୍ତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନ୍ଦିପ ସିଂ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+