ଟୋକିଓ ଅଲିମ୍ପିକ୍ସ: ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ ମାତ୍ ଦେଇ କ୍ବାର୍ଟରରେ ଭାରତୀୟ ପୁରୁଷ ହକି ଦଳ
ଭାରତୀୟ ପୁରୁଷଙ୍କ ହକି ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ 1-7 ବିଶାଳ ବିଜୟ ପରେ ଆର୍ଜେଣ୍ଟିନାକୁ ଆଜି 3-1 ଗୋଲରେ ମାତ୍ ଦେଇଛି । ଏଥି ସହିତ ଚଳିତ ଅଲମ୍ପିକ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ ।
ଟୋକିଓ: ଭାରତୀୟ ପୁରୁଷଙ୍କ ହକି ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ 1-7 ବିଶାଳ ବିଜୟ ପରେ ଆର୍ଜେଣ୍ଟିନାକୁ ଆଜି 3-1 ଗୋଲରେ ମାତ୍ ଦେଇଛି । ଏଥି ସହିତ ଚଳିତ ଅଲମ୍ପିକ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ସୂଚନାଥାଉ କି, ଆର୍ଜେଣ୍ଟିନା ହେଉଛି ପୂର୍ବତନ ଅଲିମ୍ପିକ୍ ଚାମ୍ପିଅନ୍ ।

ଇଣ୍ଡିଆ ବନାମ ଆର୍ଜେଣ୍ଟିନା
ପ୍ରଥମ ଦୁଇଟି କ୍ବାର୍ଟର ଗୋଲ ଶୂନ୍ୟ ରହିବା ପରେ 3ୟ କ୍ବାର୍ଟରେ ଆକ୍ରାମକ ଖେଳ ଆରମ୍ଭ କରିଥିଲା ଭାରତୀୟ ହକି ଦଳ । ମ୍ୟାଚର 43 ତମ ମିନିଟରେ ବରୁଣ କୁମାର, 58ତମ ମିନିଟେ ବିବେକ ସାଗର ଓ 59ତମ ମିନିଟରେ ଗୋଲ ହିଟ୍ କରିଥିଲେ ହରମନପ୍ରୀତ୍ ସିଂ । ପୁଲ-ଏ ରେ ଭାରତର ଏହା 3ୟ ବିଜୟ ହୋଇଛି । ତେବେ ପେନାଲ୍ଟ ଶୁଟଆଉ ଦ୍ବାରା ଅର୍ଜେଣ୍ଟିନା ମ୍ୟାଚର 48 ତମ ମିନିଟରେ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା । ତେବେ ଆସନ୍ତାକାଲି ପୁଲ୍-ଏର ଶେଷ ମ୍ୟାଚ ଆୟୋଜକ ଜାପାନ ବିପକ୍ଷରେ ଖେଳିବ ଭାରତୀୟ ଦଳ ।












Click it and Unblock the Notifications