ଟୋକିଓ ଅଲିମ୍ପିକ୍ସ: ହ୍ୟାଟ୍ରିକ୍ ବିଜୟ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କଲେ ପିଭି ସିନ୍ଧୁ

ରିଓ ଅଲିମ୍ପିକ୍ସର ରୌପ୍ୟ ମେଡଲିସିଷ୍ଟ ପିଭି ସିନ୍ଧୁ ବିଶ୍ବ ର଼୍ୟାଙ୍କିର 13ତମ ସଟଲର ଡେନମାର୍କର ମିୟା ବ୍ଲୁଚଫେଲ୍ଡଙ୍କୁ ହରାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଟୋକିଓ: ରିଓ ଅଲିମ୍ପିକ୍ସର ରୌପ୍ୟ ମେଡଲିସିଷ୍ଟ ପିଭି ସିନ୍ଧୁ ବିଶ୍ବ ର଼୍ୟାଙ୍କିର 13ତମ ସଟଲର ଡେନମାର୍କର ମିୟା ବ୍ଲୁଚଫେଲ୍ଡଙ୍କୁ ହରାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । 40 ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ସିଧାସଳଖ ସେଟରେ ବିଜୟ ପାଇଛନ୍ତି ସିନ୍ଧୁ । ସେ ଡେନମାର୍କର ଏହି ସଟଲରଙ୍କୁ 21-15 ଏବଂ 21-11 ସେଟରେ ପରାସ୍ତ କରିଛନ୍ତି ।

tokyo olympics 2021

ରାଉଣ୍ଡ ଅଫ୍- 16 ର ଏହି ମ୍ୟାଚ୍ ଆରମ୍ଭରୁ ପ୍ରତିଦ୍ୱନ୍ଦୀ ମିୟା ବ୍ଲୁଚଫେଲ୍ଡଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଯାହା ଫଳରେ ସେ ପ୍ରଥମ ସେଟରେ ହିଁ 11-6 ପଏଣ୍ଟରେ ଲିଡ୍ କରିଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ମ୍ୟାଚ ବେଶ ସଙ୍ଘର୍ଷ ପୂର୍ଣ୍ଣ ହୋଇଥିଲା । କାରଣ ମିୟା ବ୍ଲୁଚଫେଲ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରି ସ୍କୋର 15-17 କୁ ପହଞ୍ଚାଇ ଦେଇଥିଲେ । ମାତ୍ର ସିନ୍ଧୁ ମ୍ୟାଚରେ ରକ୍ଷାଣତ୍ମକ ଶୈଳୀରେ ପ୍ରଦର୍ଶନ କରି ପ୍ରତିଦ୍ବନ୍ଦୀଙ୍କ ଆକ୍ରମଣରୁ ବଞ୍ଚିତ ହୋଇଥିଲେ ଏବଂ ଚତୁରତା ସହିତ ଦୁଇ ପଏଣ୍ଟ ହାସଲ କରି ନେଇଥିଲେ । ପ୍ରଥମ ସେଟ୍ ଶେଷ ସିନ୍ଧୁ 21-15ରେ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+