ଭାରତୀୟ ମହିଳା ହକି ଦଳର ପରାଜୟରେ କାନ୍ଦି ପକାଇଲେ ଦିଲ୍ଲୀପ ତିର୍କୀ
ମହିଳା ଦଳର ଆଜି ଏହ ପରାଜୟରେ ଭାବ ବିହ୍ୱଳ ହୋଇପଡିଛନ୍ତି ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲିପ ତିର୍କୀ । କାନ୍ଦି କାନ୍ଦି ଲଢୁଆ ଖେଳାଳିଙ୍କ ପ୍ରଦର୍ଶନକୁ ସେ ସାବାସି ଦେଇଥିଲେ । କୋହଭରା କଣ୍ଠରେ ଦିଲ୍ଲୀପ ରଖିଥିଲେ ନିଜ ପ୍ରତିକ୍ରିୟା ।
ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳ ଆଜି ଗ୍ରେଟ ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବାକୁ ପଡିଆକୁ ଓହ୍ଲାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଚମତ୍କାର ଖେଳିଥିଲା, ସେମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜକୁ ମ୍ୟାଚ୍ରେ ରଖିଥିଲେ, କିନ୍ତୁ ଶେଷରେ ବିଜୟ 4-3 ଗ୍ରେଟ୍ ବ୍ରିଟେନ ସପକ୍ଷରେ ରହିଲା ।

ତେବେ ମହିଳା ଦଳର ଆଜି ଏହ ପରାଜୟରେ ଭାବ ବିହ୍ୱଳ ହୋଇପଡିଛନ୍ତି ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲିପ ତିର୍କୀ । କାନ୍ଦି କାନ୍ଦି ଲଢୁଆ ଖେଳାଳିଙ୍କ ପ୍ରଦର୍ଶନକୁ ସେ ସାବାସି ଦେଇଥିଲେ । କୋହଭରା କଣ୍ଠରେ ଦିଲ୍ଲୀପ ରଖିଥିଲେ ନିଜ ପ୍ରତିକ୍ରିୟା । ଏଭଳି ବୋଧେ କମ୍ ସମୟ ଆସେ ଯେତେବେଳେ ଜଣେ ଅବସରପ୍ରାପ୍ତ ଖେଳାଳି ନିଜ ଖେଳାଳିଙ୍କ ପାଇଁ କାନ୍ଦି ପକାଏ ।
''ଏହା ଆମର ଯୁବପିଢିଙ୍କ ପାଇଁ ନୂଆ ଆଶା ଆଣି ଦେବ । ଯେଉଁମାନେ ହକି ଖେଳୁଛନ୍ତି, ଏଥିରୁ କ୍ୟାରିୟର କରିବାକୁ ଚାହୁଁଛନ୍ତି ଏବଂ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ବର୍ତ୍ତମାନ ବିଶ୍ୱାସ କରିପାରିବେ ଯେ ସେମାନେ ଆଧୁନିକ ଦ୍ରୁତ ଗତିରେ ହକିରେ ସଫଳ ହୋଇ ବିଶ୍ୱକପ୍ ଏବଂ ଅଲିମ୍ପିକ୍ସରେ ଉତ୍କର୍ଷ ହୋଇପାରିବେ" ବୋଲି ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି ।












Click it and Unblock the Notifications