ଟୋକିଓ ଅଲିମ୍ପିକ୍ସ: ଶେଷ ପର୍ଯ୍ୟନ୍ତ ଲଢି ହାରିଗଲେ ବକ୍ସର ସତୀଶ କୁମାର
ବକ୍ସିଂରେ ଭାରତ ଆଉ ଏକ କ୍ୱାର୍ଟର ଫାଇନାଲ ମ୍ୟାଚର ସମ୍ମୁଖୀନ ହୋଇଥିଲା ଯେଉଁଠାରେ ସତୀଶ କୁମାର ପୁରୁଷ ସୁପର ହେଭି ବର୍ଗରେ ଉଜବେକିସ୍ତାନର ବାଖୋଦିର ଜାଲୋଭଙ୍କୁ ଭେଟିଥିଲେ। କିନ୍ତୁ ସତୀଶ ବିଶ୍ୱ ଚାମ୍ପିଅନ୍ ଜାଲୋଭଙ୍କଠାରୁ 5-0 ସେଟରେ ପରାସ୍ତ ହୋଇଛନ୍ତି ।
ଟୋକିଓ: ବକ୍ସିଂରେ ଭାରତ ଆଉ ଏକ କ୍ୱାର୍ଟର ଫାଇନାଲ ମ୍ୟାଚର ସମ୍ମୁଖୀନ ହୋଇଥିଲା ଯେଉଁଠାରେ ସତୀଶ କୁମାର ପୁରୁଷ ସୁପର ହେଭି ବର୍ଗରେ ଉଜବେକିସ୍ତାନର ବାଖୋଦିର ଜାଲୋଭଙ୍କୁ ଭେଟିଥିଲେ। କିନ୍ତୁ ସତୀଶ ବିଶ୍ୱ ଚାମ୍ପିଅନ୍ ଜାଲୋଭଙ୍କଠାରୁ 5-0 ସେଟରେ ପରାସ୍ତ ହୋଇଛନ୍ତି ।

ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍କୁ ୪-୧ରେ ପରାସ୍ତ କରିଥିଲେ।
ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ସୁପର ହେଭିୱେଟ୍ (+୯୧କେଜି) ବର୍ଗରେ ଭାଗ ନେବାରେ ସତୀଶ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର। ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା।












Click it and Unblock the Notifications