IPL 2024:ୱାଙ୍ଖଡେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌

ନୂଆଦିଲ୍ଲୀ : ଆଇପିଏଲ ମହାସମର । ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ ହେବେ ମୁହଁମୁହିଁ । ଆଉ ଆଜି ୫୫ତମ ମ୍ୟାଚ ଖେଳାଯିବ । ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ସୁଯୋଗ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହାରିଗଲେ ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରୁ ହଟିଯିବ । ଏହିସିଜନରେ ଦଳ ପ୍ଲେ ଅଫ୍ ବାହାରେ ରହିପାରେ ।

ଯଦି ହାଇଦ୍ରାବାଦ ଜିତେ, ତେବେ ଏହି ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜବୁତ କରିପାରିବ । ସନରାଇଜର୍ସ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ସହ ଏକପ୍ରକାର ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିଛି । ଏବେ ଦଳ ଅବଶିଷ୍ଟ ୩ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ । ପ୍ରଥମ ମ୍ୟାଚରେ ସନରାଇଜର୍ସ ୩୧ରନରେ ମୁମ୍ବଇକୁ ପରାସ୍ତ କରିଥିଲା ।

ଉକ୍ତ ହାଇ ସ୍କୋରିଂ ମ୍ୟାଚରେ ସନରାଇଜର୍ସ ୨୭୭ରନ କରିଥିବାବେଳେ ମୁମ୍ବଇ ୨୪୬ରନ କରିବାକୁ ସକ୍ଷମ ହୋଇଥିଲା । ଏବେ ମୁମ୍ବଇ ନିକଟରେ ଉକ୍ତ ମ୍ୟାଚ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି । ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି ।

Today s IPL Match MI vs SRH

ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି ।

ଦଳ ପାଖରେ ଏବେ ୧୨ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୨ ପଏଣ୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+