ଆଜି ହକି ବିଶ୍ୱ କପର ଚତୁର୍ଥ ଦିନ, ଆଜି ଖେଳାଯିବ ୪ଟି ମ୍ୟାଚ୍
ଆଜି ହକି ବିଶ୍ୱ କପର ଚତୁର୍ଥ ଦିନ, ଆଜି ଖେଳାଯିବ ୪ଟି ମ୍ୟାଚ୍
ହକି ବିଶ୍ୱକପ୍: ଆଜି ହକି ବିଶ୍ୱ କପର ଚତୁର୍ଥ ଦିନ । ଆଜି ଖେଳାଯିବ ୪ଟି ମ୍ୟାଚ୍ । ବିର୍ସାମୁଣ୍ତା ଷ୍ଟାଜିୟମରେ ଦୁଇଟି ଏବଂ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମେ ରାଉରକେଲାର ବିର୍ସାମୁଣ୍ତା ଷ୍ଟାଡିୟମରେ ଦିନ ୧ଟାରେ ପୁଲ୍ ସିର ଟିମ୍ ମାଲେସିଆ ଓ ଚିଲି ମଧ୍ୟରେ ହେବ ଟକ୍କର ।

ପରେ ଦିନ ୩ଟାରେ ନ୍ୟୁଜିଲାଣ୍ତ ଓ ନେଦରଲ୍ୟାଣ୍ତସ ମଧ୍ୟରେ ହେବ ମ୍ୟାଚ୍ । ସେହିପରି ଭୁବନେଶ୍ୱର କଳିଙ୍କ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ଏହାପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ତୃତୀୟ ଦିନର ଆକ୍ସନ ଶେଷ
ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ର ତୃତୀୟ ଦିନର ମ୍ୟାଚ୍ ଶେଷ ହୋଇଛି । ଗତକାଲି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ୱେଲ୍ସକୁ 5-1 ରେ ପରାସ୍ତ କରିଥିଲା ସ୍ପେନ । ଅନ୍ୟପଟେ ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଥିଲା ।
ଗତକାଲି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ମ୍ୟାଚର ଶେଷ ସେକେଣ୍ଡରେ ଇଂଲଣ୍ଡ ଏକ ପେନାଲ୍ଟିକର୍ଣ୍ଣର ପାଇବା ସତ୍ତ୍ୱେ ଗୋଲ କରିବାରେ ବିଫଳ ହୋଇଥିଲା । ଶେଷରେ ମ୍ୟାଚ୍ 0-0 ସମାପ୍ତ ହୋଇଥିଲା । ଦୁଇ ଦଳ ପଏଣ୍ଟ ବାଣ୍ଟି ଥିବାବେଳେ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ପଏଣ୍ଟ ସମାନ ହୋଇଥିଲେବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି । କାରଣ ଚଳିତ ବିଶ୍ବକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏପର୍ଯ୍ୟନ୍ତ ଅଧିକ ଗୋଲ୍ ଦେଇଛି ।












Click it and Unblock the Notifications