ଆଜି ଆଇପିଏଲ​‌ର ୩୩ତମ ମ୍ୟାଚ: ମୁମ୍ବଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

ଆଜି ୱାଙ୍ଖଡେ ଷ୍ଟାଡ଼ିୟମରେ ଆଇପିଏଲ​‌ର ୩୩ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ମ୍ୟାଚ ମୁଖ୍ୟତଃ ହାଇଦରାବାଦ୍‌ ବ୍ୟାଟିଂ ଓ ମୁମ୍ବଇ ବୋଲିଂ ମଧ୍ୟରେ ଲଢେଇ ହେବା ନେଇ ଆଶା କରାଯାଉଛି।

ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୬ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ସନରାଇଜର୍ସ ହାଇଦରାବାଦ୍‌ ୬ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ମୁମ୍ବଇ ଇଣ୍ଡିଆନ୍‌ସ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଥିଲା। ବ୍ୟାଟିଂ ବିଭାଗରେ ସୂର୍ଯ୍ୟକୁମାର ଯାଦବ ୨୩୯ରନ, ତିଳକ ବର୍ମା ୨୧୦ରନ ଓ ରିୟାନ ରିକେଲଟନ ୧୪୯ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ଼ ଇନିଂସ ଖେଳିବାରେ ସଫଳ ହୋଇନାହାନ୍ତି। ରୋହିତ ଶର୍ମା ୫ଟି ମ୍ୟାଚରୁ ମାତ୍ର ୫୬ରନ କରିଛନ୍ତି। ଯାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ୱିଲ ଜ୍ୟାକ, ନମନ ଧିର ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ରନ କରୁଛନ୍ତି।

ଯଶପ୍ରୀତ ବୁମ୍‌ରା ଫେରିବା ପରେ ଦଳର ବୋଲିଂ ବିଭାଗ ମଜବୁତ ହୋଇଛି। ବୁମରାଙ୍କ ସମେତ ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମା ରହିଛନ୍ତି। କର୍ଣ୍ଣ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୩ଟି ୱିକେଟ ନେଇଥିଲେ। ହାର୍ଦିକ ମଧ୍ୟ ନିୟମିତ ୱିକେଟ ନେଉଛନ୍ତି। ଦଳ ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷରେ ବିଜୟକୁ ବଜାୟ ରଖିବା ନେଇ ଦୃଢ ଆଶାବାଦୀ ରହିଛି। ସନରାଇଜର୍ସ ହାଇଦରାବାଦ୍‌ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଥିଲା। ଦଳ ୨୪୬ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨ ୱିକେଟ ହରାଇ ସଂଗ୍ରହ କରିନେଇଥିଲା। ଅଭିଷେକ ଶର୍ମା ଅପରାଜିତ ୧୪୧ରନ କରିଥିଲେ। ବ୍ୟାଟିଂ ବିଭାଗକୁ ଦେଖିବାକୁ ଗଲେ ସନରାଇଜର୍ସ ହାଇଦରାବାଦ୍‌ ବେଶ ଶକ୍ତିଶାଳୀ ରହିଛି। ଅଭିଷେକ ୧୯୨ରନ, ଟ୍ରେଭିସ ହେଡ୍‌ ୨୧୪ରନ, ହେନରିକ କ୍ଲାସେନ ୧୭୩ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଷନ, ନୀତିଶ କୁମାର ରେଡ୍ଡି ମଧ୍ୟ ରନ କରୁଛନ୍ତି। ବୋଲିଂ ବିଭାଗରେ ଦଳର ଦୁର୍ବଳତା ରହିଛି। ଦଳ ନିକଟରେ ପ୍ୟା୍‌ଟ କମିନ୍‌ସ, ମହମ୍ମଦ ସାମି, ହର୍ଶଲ ପଟେଲ, ଜିସାନ ଅନ୍‌ସାରୀ ଓ ଇଶାନ ମାଲିଙ୍ଗା ରହିଛନ୍ତି। ଉକ୍ତ ବୋଲରମାନେ ନିୟମିତ ଭାବେ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଦଳକୁ ବୋଲିଂ ବିଭାଗରେ ସୁଧାର ଆଣିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ମୁମ୍ବଇ ୩ଟି ଓ ହାଇଦରାବାଦ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+