ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଶୃଙ୍ଖଳା । ଆଜି ଖେଳାଯିବ ପ୍ରଥମ ମ୍ୟାଚ୍ । ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ ।
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଶୃଙ୍ଖଳା । ଆଜି ଖେଳାଯିବ ପ୍ରଥମ ମ୍ୟାଚ୍ । ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ । ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବାର ସୂଚୀ ରହିଛି ।

ଦଳରେ ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଆଭେଶ ଖାନ୍, ଈଶାନ କିଶନ ଏବଂ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ଦିନିକିଆ ସିରିଜ ଜିତି ଭାରତର ମନୋବଳ ଦୃଢ଼ ରହିଛି । ଆରମ୍ଭରୁ ମ୍ୟାଚ୍ ଜିତି ସିରିଜ ବିଜୟ ପାଇଁ ଆଗକୁ ପାଦ ବଢ଼ାଇବାକୁ ଉଦ୍ୟମ କରିବ ଧାୱନ ବାହିନୀ । ସେପଟେ ଭାରତକୁ ଜବାବ ଦେବା ପାଇଁ ରଣନୀତି କରିଛି ୱେଷ୍ଟଇଣ୍ଡିଜ୍ । ଆସନ୍ତା ୨୯ ତାରିଖରୁ ଟି-୨୦ ଶୃଙ୍ଖଳା ଖେଳାଯିବ । ଟି-୨୦ରେ ଅଧିନାୟକ ଭାର ସମ୍ଭାଳିବେ ରୋହିତ ଶର୍ମା । ଭାରତ ଉଭୟ ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିସାରିଛି ।
ବିରାଟ କୋହଲି, ଜସପ୍ରୀତ ବୁମରା ଉଭୟ ଦଳରୁ ବିଶ୍ରାମ ପାଇଛନ୍ତି । ଘରୋଇ ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ ଘୋଷଣା କରିସାରିଥିଲା ବେଳେ ପୁରୁଖା ଅଲରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି । ଭାରତୀୟ ଦଳ ଶେଷଥର ପାଇଁ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା । ସେହି ଗସ୍ତରେ ଉଭୟ ଦଳ ୨ଟି ଟେଷ୍ଟ୍, ୩ ଦିନିକିଆ ଏବଂ ୩ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ଭାରତ ତିନୋଟି ଯାକ ଫର୍ମାଟରେ ସିରିଜ୍ ପୋଛି ନେଇଥିଲା ।












Click it and Unblock the Notifications