'କହି କହି ଥକି ଗଲିଣି, ରୋହିତ-ମୋ ଭିତରେ କୌଣସି ବିବାଦ ନାହିଁ'

କୋହଲି କହିଛନ୍ତି, "ମୁଁ ଗତ 2-3 ବର୍ଷ ଧରି ଏହାକୁ ସ୍ପଷ୍ଟ କରିଆସୁଛି। ରୋହିତ ଏବଂ ମୋ ମଧ୍ୟରେ କୌଣସି ଅସୁବିଧା ନାହିଁ। ମୁଁ ବାରମ୍ବାର ଏହି ସ୍ପଷ୍ଟୀକରଣ ଦେଇ ଥକି ଯାଇଛି।"

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଉପଲବ୍ଧ ରହିବା, ଟି-20 ଅଧିନାୟକତ୍ବ ଛାଡିବା ଓ ଦିନିକିଆ ଅଧିନାୟକ ପଦରୁ ତଡା ଖାଇବା ପରି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ତେବେ ଦିନିକିଆ କ୍ରିକେଟରେ ଅଧିନାୟକତ୍ୱ ହରାଇ ପରେ କୋହଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଉଭୟ ଖେଳାଳି ପରସ୍ପରର ଅଧିନାୟକତ୍ୱରେ ଖେଳିବାକୁ ଚାହୁଁନାହାଁନ୍ତି ବୋଲି ପ୍ରଚାର ହେଉଥିବା ଗୁଜର ଖଣ୍ଡନ କରିଛନ୍ତି କୋହଲି ।

 rohit Sharma

'କହି କହି ଥକି ଗଲିଣି'

କୋହଲି କହିଛନ୍ତି, "ମୁଁ ଗତ 2-3 ବର୍ଷ ଧରି ଏହାକୁ ସ୍ପଷ୍ଟ କରିଆସୁଛି। ରୋହିତ ଏବଂ ମୋ ମଧ୍ୟରେ କୌଣସି ଅସୁବିଧା ନାହିଁ। ମୁଁ ବାରମ୍ବାର ଏହି ସ୍ପଷ୍ଟୀକରଣ ଦେଇ ଥକି ଯାଇଛି।" ଏଥି ସହିତ ରୋହିତ ସୀମିତ ଓଭର କ୍ରିକେଟର ଅଧିନାୟକତ୍ୱ ପାଇ କୋହଲି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ରୋହିତଙ୍କୁ ଶେଷ ପର୍ଯ୍ୟନ୍ତ ସମର୍ଥନ କରିବେ। କୋହଲି କହିଛନ୍ତି, "ଆମର ଦାୟିତ୍ୱ ହେଉଛି ଦଳକୁ ଆଗକୁ ବଢାଇବା । ରୋହିତ ଜଣେ ଦକ୍ଷ ଅଧିନାୟକ। ଅତୀତରେ ଅଧିନାୟକ ଥିବାବେଳେ ଆମେ ରୋହିତଙ୍କୁ ଦେଖିଛୁ। ଟି-20 ଏବଂ ଦିନିକିଆରେ ଦଳକୁ ଆଗକୁ ବଢାଇବା ପାଇଁ ମୁଁ ତାଙ୍କୁ ଶତ ପ୍ରତିଶତ ସମର୍ଥନ କରିବି।"

ଦିନିକିଆ ସିରିଜ ପାଇଁ ଉପଲବ୍ଧ ରହିବେ ତ ?

"ମୁଁ ଉପଲବ୍ଧ ଏବଂ ଚୟନ ପାଇଁ ଉପଲବ୍ଧ ଅଛି। ଆପଣ ଏମିକି ପ୍ରଶ୍ନ ପଚାରିବା ଉଚିତ୍ ନୁହେଁ। ଆପଣ ଏଗୁଡିକ ସେମାନଙ୍କୁ ପଚାରନ୍ତୁ, ଯେଉଁମାନେ ଏହି ସବୁ ଲେଖୁଛନ୍ତି ଓ ଯେଉଁମାନେ ସେହି ଲେଖିଲା ବାଲାଙ୍କୁ କହୁଛନ୍ତି । ମୁଁ ଯେତେ ଦୂର ଚିନ୍ତା କରୁଛି, ଚୟନ ପାଇଁ ମୁଁ ସର୍ବଦା ଉପଲବ୍ଧ ଅଟେ।" କୋହଲି ବୁଧବାର ଗଣମାଧ୍ୟମକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ଆରମ୍ଭରେ ୟୁଏଇରେ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପ ପରଠାରୁ ରୋହିତ ଏବଂ କୋହଲି ପରସ୍ପର ସହ ଖେଳି ନାହାଁନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସୋସିଆଲ ମିଡିଆରେ ଭାସୁଥିବା ଗୁଜବର ଶେଷରେ ସେ ଅନ୍ତ କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଚ୍ୟାଲେଞ୍ଜ

ଏହା ବ୍ୟତୀତ କୋହଲି ଆଫ୍ରିକୀୟ ଗସ୍ତରେ ଟେଷ୍ଟ ସିରିଜ୍ ପାଇଁ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। କୋହଲି କହିଛନ୍ତି, "ଆମେ ନିଶ୍ଚିତ ଭାବରେ ଯେକୈଣସି ଆହ୍ୱାନ ଗ୍ରହଣ କରିପାରିବା। ଦକ୍ଷିଣ ଆଫ୍ରିକା ଏପରି ଏକ ସ୍ଥାନ ଯେଉଁଠାରେ ଆମେ କୌଣସି ଟେଷ୍ଟ ସିରିଜ୍ ଜିତି ନାହୁଁ, ତେଣୁ ଆମେ ଉତ୍ସାହିତ ଅଛୁ। ଆମେ ଯଥାସମ୍ଭବ ଚେଷ୍ଟା କରିବୁ। ଆମ ସାମ୍ନାରେ ଏକ ଦୃଢ ଦକ୍ଷିଣ ଆଫ୍ରିକା ଦଳ ଅଛି। ଏହା ଏକ ଦଳ ଚ୍ୟାଲେଞ୍ଜ। ଭଲ କରିବା ପାଇଁ ତୁମକୁ ଯଥାସମ୍ଭବ ଦେବାକୁ ପଡିବ। ଅଭିଜ୍ଞତା ସହିତ, ଆମେ ଏହି କଠିନ ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରୁଛୁ।

ଏହା ବ୍ୟତୀତ କୋହଲି ନୂତନ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ରାହୁଲ ଭଇ ଜଣେ ଅତ୍ୟନ୍ତ ସନ୍ତୁଳିତ ପ୍ରଶିକ୍ଷକ। ରୋହିତଙ୍କୁ ଯେକୈଣସି ଉପାୟରେ ଏବଂ ଦଳ ପାଇଁ କୋଚ୍ ରହିଥିବା ଦ୍ରାବଡିଙ୍କୁ ମୋର ସମ୍ପୂର୍ଣ୍ଣ ସମର୍ଥନ ରହିବ। ମୁଁ ସେଠାରେ ଶତପ୍ରତିଶତ ଦେବି। "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+