ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଖେଳିବେ ତିଳକ
ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ସପ୍ତାହେ ମଧ୍ୟ ନାହିଁ। ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର ଆସିଛି। ଆହତ ଜନିତ ସମସ୍ୟାରେ ଥିବା ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଓ ବ୍ୟାଟର୍ ତିଳକ ବର୍ମା ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଆହତ ହୋଇଥିବା ୨୬ ବର୍ଷୀୟ ସୁନ୍ଦର ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ୍ସ (ସିଓଇ)ରେ ପୁନର୍ବାସରେ ଅଛନ୍ତି। ସେଠାରେ ସେ ଉଭୟ ବୋଲିଂ ବ୍ୟାଟିଂ କରୁଛନ୍ତି ବୋଲି ପଞ୍ଚମ ଟ୍ବେଣ୍ଟି-୨୦ ମ୍ୟାଚ୍ ପର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ''ୱାଶିଂଟନ୍ ଓ ତିଳକ ସୁସ୍ଥ ହେଉଛନ୍ତି। ମୁଁ ଗତକାଲି ଉଭୟଙ୍କ ସହ କଥା ହୋଇଥିଲି। ୱାସିଂଟନ ବୋଲିଂ ଓ ବ୍ୟାଟିଂ ଆରମ୍ଭ କରିସାରିଛନ୍ତି। ତିଳକ ମଧ୍ୟ ନିଜକୁ ଭଲ ଭାବରେ ପ୍ରସ୍ତୁତ କରୁଛନ୍ତି। ସେ ଟ୍ବେଣ୍ଟି-୨୦ ବିଶ୍ୱକପ୍ ପୂର୍ବରୁ ମୁମ୍ବାଇରେ ମ୍ୟାଚ୍ ଖେଳିବେ। ତିଳକ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଆରମ୍ଭ କରିଛନ୍ତି। ଆଶା କରୁଛି ଉଭୟଙ୍କୁ ଶୀଘ୍ର ପାଇବି"। ୨୩ ବର୍ଷୀୟ ବାମହାତୀ ବ୍ୟାଟର୍ ତିଳକ ରଣଜୀ ଟ୍ରଫି ବେଳେ ଆହତ ହୋଇଥିଲେ। ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।
ଏଥିଲାଗି ସେ ପ୍ରାୟ ମାସେ ହେବ କ୍ରିକେଟ୍ଠୁ ଦୂରେଇ ରହିଛନ୍ତି। ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଉଦ୍ଘାଟନୀ ଦିବସରେ ମୁମ୍ବାଇରେ ଆମେରିକା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ। ଏହା ପୂର୍ବରୁ ମୁମ୍ବାଇରେ ଭାରତୀୟ ଦଳର ସମସ୍ତ ଖେଳାଳି ଏକାଠି ହେବେ ଏବଂ ୪ ତାରିଖରେ ଦକ୍ଷିଣ












Click it and Unblock the Notifications