ଆଜିଠୁ ମିଳିଲା ହକି ବିଶ୍ୱକପ ପାଇଁ ଟିକେଟ୍, ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ କିଣି ପାରିବେ

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିଛି । ଆଜି ଦିନ ଗୋଟାଏ ୩୦ ମିନିଟରୁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍ ‘ପେଟିଏମ ଇନସାଇଡ’ www.insider.inରେ ଉପଲବ୍ଧ ହୋଇଛି ।

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିଛି । ଆଜି ଦିନ ଗୋଟାଏ ୩୦ ମିନିଟରୁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍ 'ପେଟିଏମ ଇନସାଇଡ' www.insider.inରେ ଉପଲବ୍ଧ ହୋଇଛି । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ ସଂଗ୍ରହ କରିପାରିବ। ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଟିକେଟର ମୂଲ୍ୟ ରହିଛି ।

Hockey World Cup 2023

ଅନଲାଇନ ଟିକେଟ୍ ବୁକ୍ କରିବା ସମୟରେ ମୋବାଇଲ୍ ନମ୍ବର, ଇମେଲ ଆଇଡି ଓ ଫଟୋ ପରିଚୟ ପତ୍ର ଦେବାକୁ ପଡିବ । ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରେ ରହିଥିବା ଟୁର୍ଣ୍ଣାମେଣ୍ଟ ବକ୍ସ ଅଫିସରୁ ଦର୍ଶକ ଟିକେଟ ସଂଗ୍ରହ କରିପାରିବେ । ତେବେ ଜଣେ ବ୍ୟକ୍ତି ସର୍ବାଧି ୨ଟି ଟିକେଟ୍ କିଣିପାରିବେ । କିନ୍ତୁ ଟିକେଟ୍ ସଂଗ୍ରହ କରିବା ସମୟରେ ଜଣେ ବ୍ୟକ୍ତି ଚାହିଁଲେ ବନ୍ଧୁ, ପରିଜନ, ସାଥୀଙ୍କ ପାଖରେ ବସିବା ଲାଗି ସିଟ୍ ଆଡଜଷ୍ଟମେଣ୍ଟ ପାଇଁ ଅନୁରୋଧ କରିପାରିବେ ।

ଅନଲାଇନରେ ଟିକଟ ବୁକିଂ କରିଥିବା ବ୍ୟକ୍ତି ଉକ୍ତ ବୁକିଂ ରସିଦକୁ ଦେଖାଇ ଧାର୍ଯ୍ୟ କରା ଯାଇଥିବା ତାରିଖରେ ଷ୍ଟାଡିୟମରୁ ଟିକେଟ୍ ସଂଗ୍ରହ କରିପାରିବେ। ଭାରତ ଖେଳିବାକୁ ଥିବା ମ୍ୟାଚ ଲାଗି ପଶ୍ଚିମ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୪୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୨୦୦ ଟଙ୍କା ରହିଛି । ଭାରତ ଖେଳୁ ନଥିବା ଅନ୍ୟ ମ୍ୟାଚ୍‌ ପାଇଁ ପଶ୍ଚିମ ଷ୍ଟାଣ୍ଡ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୨୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଥିଲେ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀ ଙ୍କୁ ଟିକେଟ ପ୍ରଦାନ କରିଥିଲେ ।

କହିରଖୁ କି, ଓଡ଼ିଶାରେ ଲଗାତର ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ହେବାକୁ ଯାଉଛି। ୨୦୧୮ରେ ହକି ବିଶ୍ବକପ କେବଳ ଭୁବନେଶ୍ବରରେ ଖେଳା ଯାଇଥିବା ବେଳେ ୨୦୨୩ର ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲା ସହରରେ ଖେଳାଯିବ।
ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପର ୧୫ତମ ସଂସ୍କରଣ ଆରମ୍ଭ ହେବ । ଏଥିରେ ମୋଟ୍ ୫ଟି ମହାଦେଶର ୧୬ ଦେଶ ଟାଇଟଲ ପାଇଁ ଲଢେଇ କରିବେ । ୧୬ଗୋଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି । ଭାରତ ଏହାର ପ୍ରଥମ ମ୍ୟାଚରେ ଜାନୁଆରୀ ୧୩ରେ ସ୍ପନକୁ ଭେଟିବ । ଏହି ମ୍ୟାଚ୍ ରାଉରକେଲାରେ ଖେଳାଯିବ । ଏଥିପାଇଁ ରାଉରକେଲାରେ ବିଶ୍ବସ୍ତରୀୟ ଓ ଦେଶର ସର୍ବବୃହତ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+