Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ ଲଢିବେ କ୍ରିକେଟ ଲିଜେଣ୍ଟ, ମ୍ୟାଚ ପାଇଁ କାଲିଠୁ ଟିକେଟ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ । ତେବେ ତିନି ଧରି ଖେଳା ଯିବାକୁ ଥିବା ଏହି କ୍ରିକେଟ୍ ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଟିକେଟ ବିକ୍ରି ହେବ ।

କଟକ: ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ । ତେବେ ତିନି ଧରି ଖେଳା ଯିବାକୁ ଥିବା ଏହି କ୍ରିକେଟ୍ ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଟିକେଟ ବିକ୍ରି ହେବ ।

Barabati Stadium

୨୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ ଟିକେଟ ବିକ୍ରି ହେବ । ଏଥର ୩୪ ହଜାର ଟିକେଟ ବିକ୍ରି ପାଇଁ ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟିକେଟ ବିକ୍ରି କରାଯିବାକୁ ସ୍ଥିର ହୋଇଛି। ଦର୍ଶକମାନଙ୍କୁ ଅନ୍‌ଲାଇନରେ ମଧ୍ୟ ଟିକେଟ ମିଳିବ। ଟିକେଟର ମୂଲ୍ୟ ୩୫୦, ୮୫୦ ଓ ୪୮୫୦ ଟଙ୍କା ରଖାଯାଇଛି । ଏହା ଦିନିକିଆ ଓ ଟି-୨୦ ମ୍ୟାଚର ଟିକେଟ ଦର ଠାରୁ କମ୍ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଖେଳାଳି ମାନଙ୍କର ଭୁବନେଶ୍ୱରରେ ରହଣି ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମରେ ଖେଳ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ପୂର୍ବ ନିର୍ଧାରିତ ଖେଳସୂଚୀ ଅନୁଯାୟୀ, ହରଭଜନ ସିଂଙ୍କ ନେତୃତ୍ୱାଧିନ ମଣିପାଲ ଟାଇଗର୍ସ ସେପ୍ଟେମ୍ବର 26 ରେ ଇର୍ଫାନ ପଠାନଙ୍କ ନେତୃତ୍ୱାଧିନ ଭିଲୱାରା କିଙ୍ଗ୍ସ ସହିତ ମୁହାଁମୁହିଁ ହେବ । ସେହିପରି ବିରେନ୍ଦ୍ର ସେହୱାଗଙ୍କ ନେତୃତ୍ୱାଧିନ ଗୁଜୁରାଟ ଜିଆଣ୍ଟସ ସେପ୍ଟେମ୍ବର 27 ରେ ଭିଲୱାରା କିଙ୍ଗ୍ସ ବିପକ୍ଷରେ ମ୍ୟାଚ ଖେଳିବ । ସେହିପରି ସେପ୍ଟେମ୍ବର 28 ରେ, ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଥିବା ଇଣ୍ଡିଆ କ୍ୟାପିଟାଲ୍ସ ମଣିପାଲ ଟାଇଗର୍ସକୁ ଭେଟିବ।

ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ବିଭିନ୍ନ ଦେଶର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । କ୍ରିସ୍ ଗେଲ, ସେନ ଓ୍ବାଟସନ, ବିରେନ୍ଦ୍ର ସେହେଓ୍ବାଗ, ହରଭଜନ ସିଂ, ଗୌତମ ଗମ୍ଭୀର, ଇର୍ଫାନ ପଠାନ, ୟୁସୁଫ ପଠାନଙ୍କ ଭଳି ପୂର୍ବତନ ଖେଳାଳି ବାରବାଟୀରେ ମ୍ୟାଚ ପାଇଁ ଆସିବେ । ଆସନ୍ତା ୨୪ ଓ ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ସମସ୍ତ ଖେଳାଳି । ତିନୋଟି ମ୍ୟାଚ ପାଇଁ ବାରବାଟୀ ପିଚ୍, ଗ୍ରାଉଣ୍ଡ ପ୍ରସ୍ତୁତି ସରିଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+